ETV Bharat / city

ବାଲେଶ୍ବର ଚାନ୍ଦିପୁରରେ VL-SRSAMର ସଫଳ ପରୀକ୍ଷଣ

author img

By

Published : Feb 22, 2021, 5:33 PM IST

Updated : Feb 22, 2021, 7:46 PM IST

ଭର୍ଟିକାଲ୍ ଲଞ୍ଚ୍-ସର୍ଟ ରେଞ୍ଜ୍ ସର୍ଫେସ୍ ଟୁ ଏୟାର ମିସାଇଲର(VL-SRSAM) ସଫଳ ପରୀକ୍ଷଣ। ଓଡ଼ିଶା ତଟରେ ଥିବା ବାଲେଶ୍ବର ଚାନ୍ଦିପୁର ମିସାଇଲ ପରୀକ୍ଷଣ କେନ୍ଦ୍ରରୁ ଏହି ମିସାଇଲ ପରୀକ୍ଷା କରାଯାଇଛି। ଅଧିକ ପଢ଼ନ୍ତୁ...

VL-SRSAM missile tested successfully at balesore chandipur missile testing center
ବାଲେଶ୍ବର ଚାନ୍ଦିପୁରରେ VL-SRSAMର ସଫଳ ପରୀକ୍ଷଣ

ଭୁବନେଶ୍ବର: ଭର୍ଟିକାଲ୍ ଲଞ୍ଚ୍-ସର୍ଟ ରେଞ୍ଜ୍ ସର୍ଫେସ୍ ଟୁ ଏୟାର ମିସାଇଲର(VL-SRSAM) ସଫଳ ପରୀକ୍ଷଣ । ଓଡ଼ିଶା ତଟରେ ଥିବା ବାଲେଶ୍ବର ଚାନ୍ଦିପୁର ମିସାଇଲ ପରୀକ୍ଷଣ କେନ୍ଦ୍ରରୁ ଏହି ମିସାଇଲ ପରୀକ୍ଷା କରାଯାଇଛି । ସଫଳତାର ସହ ଭର୍ଟିକାଲ୍ ଲଞ୍ଚ୍-ସର୍ଟ ରେଞ୍ଜ୍ ସର୍ଫେସ୍ ଟୁ ଏୟାର ମିସାଇଲର ପ୍ରଥମ ପରୀକ୍ଷଣ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ କରାଯାଇଛି ।

ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରେ ସମୟ ୧.୨୮ ଏବଂ ୪.୪୨ରେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି । ଚାନ୍ଦିପୁରର 3 ନମ୍ବର ଲଞ୍ଚପ୍ୟାଡରୁ ଏହି ମିସାଇଲ ପରୀକ୍ଷଣ କରାଯାଇଛି । ଇଣ୍ଟି ଗ୍ରେଟେଡେ ଡିଜାଇନରେ ପ୍ରସ୍ତୁତ ହୋଇଛି ଭର୍ଟିକାଲ୍ ଲଞ୍ଚ୍-ସର୍ଟ ରେଞ୍ଜ୍ ସର୍ଫେସ୍ ଟୁ ଏୟାର ମିସାଇଲ। ଏକ ଅତ୍ୟାଧୁନିକ ବାୟୁସେନା ପ୍ରତିରକ୍ଷା ପ୍ରଣାଳୀ ଏଥିରେ ରହିଛି ।

ଗୋଟିଏ ଥରରେ ଏହି ମିସାଇଲ ଏକାଧିକ ସ୍ଥାନକୁ ଟାର୍ଗେଟ କରି ପାରିବ । ଏହି ମିସାଇଲକୁ ପ୍ରଥମଥର ପାଇଁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ରାଉଣ୍ଡ ଟେଷ୍ଟ କରାଯାଇଛି । ପ୍ରାୟ 25ରୁ 30 କିଲୋମିଟର ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି। ଏଥିରେ ଆଣ୍ଟି ରାଡାର ସିଷ୍ଟମ ବ୍ୟବହାର କରାଯାଇଛି । ଯାହା ଫଳରେ ଏହି କ୍ଷେପଣାସ୍ତ୍ରକୁ ଶତୃପକ୍ଷର ରାଡାର ଚିହ୍ନଟ କରିପାରି ନାହିଁ ।

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ, ଭାରତ ଡାଏନାମିକ୍ ଲିମିଟେଡ ଓ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଦ୍ବାରା ନିର୍ମିତ VL SR-SAMରେ ରକେଟ୍‌ ମୋଟର ମଧ୍ୟ ବ୍ୟବହାର କରାଯାଇଛି । ଏଥିରେ ଖଞ୍ଜା ଯାଇଥିବା ଡେଣା ଉଡ଼ାଣ ସମୟରେ ଆବଶ୍ୟକତା ଅନୁଯାୟୀ ବାହାରକୁ ଓ ଭିତରକୁ ସଞ୍ଚାଳିତ ହୋଇପାରିବ । ଏହାଦ୍ବାରା ଲକ୍ଷ୍ୟଭେଦ କରିବାରେ ଦୃଢ ନିଶ୍ଚିତ କରାଯାଇ ପାରିବ।

ମିସାଇଲ ପରୀକ୍ଷଣ ପୂର୍ବରୁ ଆଇଟିଆରର ଦୁଇ କିଲୋମିଟର ପରିଧିରେ ରହୁଥିବା 8 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଏହାସହ ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କ ସ୍ଥାନାନ୍ତରଣ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 22, 2021, 7:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.