ETV Bharat / city

କ୍ବାରେଣ୍ଟାଇନ ସେଣ୍ଟରରେ କୋରୋନା ଯୋଦ୍ଧାଙ୍କୁ ମାଡ଼

author img

By

Published : Jul 29, 2020, 4:49 PM IST

ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ବାରବାଟିଆ କ୍ବାରେଣ୍ଟାଇନ ସେଣ୍ଟରରେ ଉତ୍ତେଜନା । ଅନେବାସୀଙ୍କ ମୃତ୍ୟୁ ପରେ ଆଶାକର୍ମୀ ଓ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

କ୍ବାରେଣ୍ଟାଇନ ସେଣ୍ଟରରେ କୋରୋନା ଯୋଦ୍ଧାଙ୍କୁ ମାଡ଼
କ୍ବାରେଣ୍ଟାଇନ ସେଣ୍ଟରରେ କୋରୋନା ଯୋଦ୍ଧାଙ୍କୁ ମାଡ଼

ବାଲେଶ୍ବର: କ୍ବାରେଣ୍ଟାଇନ ସେଣ୍ଟରର ଜଣେ ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ଆଶାକର୍ମୀ ଓ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି ଗ୍ରାମବାସୀ । ଏପରି ଅମାନବୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ବାରବାଟିଆ କ୍ବାରେଣ୍ଟାଇନ ସେଣ୍ଟର ପରିସରରେ ।

ସୂଚନା ଅନୁଯାୟୀ ଗାଁର ରମାକାନ୍ତ ଦାସ ଗତ ଜୁଲାଇ 20ରେ ଆଫ୍ରିକାରୁ ଆସି ଏହି କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ। ବୁଧବାର ସକାଳେ ରମାକାନ୍ତ ଦୀର୍ଘ ସମୟ ଧରି ବିଛଣାରୁ ନ ଉଠିବାରୁ ଅନ୍ୟ ଅନ୍ତେବାସୀମାନେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରିଥିଲେ । ଖବର ପାଇ ସ୍ଥାନୀୟ ଆଶା ଓ ଏଏନଏମ କ୍ବାରେଣ୍ଟାଇନ ସେଣ୍ଟରରେ ପହଞ୍ଚିଥିଲେ।

ରମାକାନ୍ତଙ୍କର କୌଣସି କୋରୋନା ଲକ୍ଷଣ ନଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ କ୍ବାରେଣ୍ଟାଇନ ସେଣ୍ଟରରେ ତାଲା ପକାଇ ଦେଇଥିଲେ ଗ୍ରାମବାସୀ । ଏହାସହ ଏଠାରେ ଉପସ୍ଥିତ ଥିବା ଆଶା ଓ ଏଏନଏମକର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ ଏମାନେ। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ପରେ ସ୍ଥାନୀୟ ପ୍ରଶାସନ ଓ ମେଡିକାଲ ଟିମ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.