ETV Bharat / city

ସମୁଦ୍ର ବେଳାଭୂମିରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Nov 2, 2021, 2:17 PM IST

ବାଲେଶ୍ବର ପାହି ସମୁଦ୍ର ବେଳାଭୂମିରେ ଅଘଟଣ । କୂଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ସମୁଦ୍ର ବେଳାଭୂମିରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
ସମୁଦ୍ର ବେଳାଭୂମିରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର: ଜିଲ୍ଲା ଖନ୍ତାପଡ଼ା ଥାନା ଇଂଚୁଡ଼ି କଳାମାଟିଆ ପାହି ସମୁଦ୍ର ବେଳାଭୂମିରେ ସୃଷ୍ଟି ହୋଇଛି ହଇଚଇ । କାରଣ ଏହା ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଉକ୍ତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ପୋଲିସ ସୂଚନା ଦେଇଛି ।

ସେପଟେ ଯୁବକଙ୍କ ଶରୀରର ବିଭିନ୍ନ ଅଂଶ ପଚି ଯାଇଥିବା ଦେଖିବାକୁ ମିଳିଛି । ସମୁଦ୍ରରେ ଭାସି ଆସି ମୃତଦେହଟି କୂଳରେ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତଦେହର ଶରୀରରେ ପୋଷାକ ନଥିବା ବେଳେ କେବଳ ଏକ ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଘଟଣାଟି ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ସେପଟେ ମୃତଦେହକୁ ଦେଖିବା ପାଇଁ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.