ବାଲେଶ୍ବର: ସମୁଦ୍ରରେ ଗାଧୋଇବା ସମୟରେ ଘଟିଛି ଅଘଟଣ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଦୀପ ତାଳସାରୀ ମୁହାଣରେ । ସୂଚନାନୁସାରେ ପଶ୍ଚିମବଙ୍ଗର ପାଞ୍ଚଜଣ ସାଙ୍ଗ ସମୁଦ୍ରରେ ଗାଧୋଉଥିବାବେଳେ ଦୁଇଜଣ ଗଭୀର ପାଣିରେ ଭାସିଯାଇଥିଲେ ।
ତେବେ ଏହି ଘଟଣାରେ ମେରାଇନ ଥାନା ପୋଲିସ ଓ ଭୋଗରାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛି । ବୋଟ ଯୋଗେ ସମୁଦ୍ରରେ ବହୁ ଖୋଜାଖୋଜି ପରେ ମଧ୍ୟ ଦୁଇ ନିଖୋଜ ଯୁବକଙ୍କର ପତ୍ତା ମିଳିପାରିନାହିଁ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ