ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ (International Women's Day) ଅବସରରେ ପୁଣି ଥରେ ରାଜ୍ୟ ପାଇଁ ଗୌରବ ଆଣିଲେ ଦୁଇ ମହିଳା ସ୍ବାସ୍ଥ୍ୟ କର୍ମୀ । ସାରା ଦେଶରେ ଶ୍ରେଷ୍ଠ କୋଭିଡ ଟିକା ପ୍ରଦାନକାରୀ ଭାବେ ହୋଇଛନ୍ତି ସମ୍ମାନିତ ।
-
A proud moment for #Odisha as Samuni Nayak & Madhusmita Jena were among best women #COVID19 vaccinators from 36 States/UTs who were felicitated by Honbl'e Minister @MoHFW_INDIA, Shri @mansukhmandviya on the occasion of #WomensDay2022. They will inspire other healthcare workers. pic.twitter.com/73phuTTzVB
— H & FW Dept Odisha (@HFWOdisha) March 8, 2022 " class="align-text-top noRightClick twitterSection" data="
">A proud moment for #Odisha as Samuni Nayak & Madhusmita Jena were among best women #COVID19 vaccinators from 36 States/UTs who were felicitated by Honbl'e Minister @MoHFW_INDIA, Shri @mansukhmandviya on the occasion of #WomensDay2022. They will inspire other healthcare workers. pic.twitter.com/73phuTTzVB
— H & FW Dept Odisha (@HFWOdisha) March 8, 2022A proud moment for #Odisha as Samuni Nayak & Madhusmita Jena were among best women #COVID19 vaccinators from 36 States/UTs who were felicitated by Honbl'e Minister @MoHFW_INDIA, Shri @mansukhmandviya on the occasion of #WomensDay2022. They will inspire other healthcare workers. pic.twitter.com/73phuTTzVB
— H & FW Dept Odisha (@HFWOdisha) March 8, 2022
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଗତ 2 ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ବରେ ଆତଙ୍କ ଖେଳାଇଥିବା ମହାମାରୀ କରୋନାକୁ ମାତ ଦେବା ପାଇଁ ଗତ ବର୍ଷ ଠାରୁ ଆରମ୍ଭ ହୋଇଥିଲା ବୃହତ ଭ୍ୟାକ୍ସିନ ଅଭିଯାନ । ଯେଉଁ ଅଭିଯାନରେ ଦେଶର ସମସ୍ତ ନାଗରିକଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ।
ଏଥିପାଇଁ ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀ ତଥା କୋଭିଡ ଯୋଦ୍ଧା ନେଇଥିଲେ ବଡ ଭୂମିକା । ସମସ୍ତ ପ୍ରତିକୂଳ ସ୍ଥିତି ସତ୍ତ୍ବେ କୋଭିଡ ଯୋଦ୍ଧା ଗାଁ ଗାଁ ଘର ଘର ଯାଇ କରିଥିଲେ ଟିକାକରଣ । ଆଉ ଏହି ଅଭିଯାନରେ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ଦାୟିତ୍ବ ମଧ୍ୟ କିଛି କମ ନଥିଲା । ଆଉ ଏହି ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ନିଷ୍ଠା, ପରିଶ୍ରମ, ଦାୟିତ୍ବକୁ ସମ୍ମାନ ଜଣାଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଜି କରିଛି ସମ୍ମାନିତ ।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରେଷ୍ଠ ଟିକା ପ୍ରଦାନକାରୀ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ସମ୍ମାନିତ କରାଯାଇଛି । ଯେଉଁଥିରେ ଓଡିଶାରୁ ସାମୁନି ନାୟକ ଓ ମଧୁସ୍ମିତା ଜେନା ଅଛନ୍ତି ।
ସାମୁନି ଓ ମଧୁସ୍ମିତାଙ୍କ ଅବଦାନ
ସାମୁନି ନାୟକ ବାଲେଶ୍ବର ଜିଲ୍ଲାରେ ସ୍ବାସ୍ଥ୍ୟ କର୍ମୀ ଭାବେ କାମ କରୁଥିବା ବେଳେ 316 ସେକ୍ସନରେ ବର୍ତ୍ତମାନ ସୁଦ୍ଧା 17 ହଜାର 250 ଜଣଙ୍କୁ ଟିକା ଦେଇସାରିଛନ୍ତି । ସେହିପରି ମଧୁସ୍ମିତା ଜେନା ମଧ୍ୟ ବାଲେଶ୍ବର ଜିଲ୍ଲାରେ ସ୍ବାସ୍ଥ୍ୟ କର୍ମୀ ଭାବେ କାମ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା 317 ସେକ୍ସସନରେ 70 ହଜାରରୁ ଅଧିକ ଲୋକଙ୍କୁ ଟିକା ଦେଇସାରିଛନ୍ତି ।
@ANI