ETV Bharat / city

ସଦର ଉପନିର୍ବାଚନ ପାଇଁ ସଜବାଜ, ହକର ସାଜିଲେ ମନ୍ତ୍ରୀ - tourism minister distributed paper

ଉପନିର୍ବାଚନ ଲାଗି ସରଗର ବାଲେଶ୍ବର ସଦର ରାଜନୀତି । ଜୋରସୋରରେ ପ୍ରଚାର ପ୍ରସାର କରୁଛନ୍ତି ଦଳୀୟ କର୍ମୀ । ଏହି କ୍ରମରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ସକାଳେ ସାଇକେଲ ଯୋଗେ ବାଲେଶ୍ବର ସହରର ହକରମାନଙ୍କ ସହ ବୁଲି ବୁଲି ଖବର ବାଣ୍ଟୁଥିବାର ଦେଖିବାକୁ ମିଳିଛି ।

ଘରଘର ବୁଲି ଖବର କାଗଜ ବାଣ୍ଟିଲେ ପର୍ଯ୍ୟଟନ ମନ୍ତ୍ରୀ

author img

By

Published : Oct 19, 2020, 11:03 AM IST

Updated : Oct 19, 2020, 11:33 AM IST

ବାଲେଶ୍ବର: ଉପନିର୍ବାଚନ ଲାଗି ସରଗରମ ବାଲେଶ୍ବର ସଦର ରାଜନୀତି । ଜୋରସୋରରେ ପ୍ରଚାର ପ୍ରସାର କରୁଛନ୍ତି ଦଳୀୟ କର୍ମୀ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳୀୟ ପ୍ରାର୍ଥୀ ତଥା ଷ୍ଟାର ପ୍ରଚାରର ବିଭିନ୍ନ ଶୈଳିରେ ଲୋକଙ୍କ ନିକଟକୁ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ସକାଳେ ସାଇକେଲ ଯୋଗେ ବାଲେଶ୍ବର ସହରର ହକରମାନଙ୍କ ସହ ବୁଲି ବୁଲି ଖବର ବାଣ୍ଟୁଥିବାର ଦେଖିବାକୁ ମିଳିଛି ।

ଘରଘର ବୁଲି ବାଣ୍ଟିଲେ ଖବର କାଗଜ

ଏହି ସମୟରେ ମନ୍ତ୍ରୀ ଦୀର୍ଘ 7 ମାସ ପରେ ପର୍ଯ୍ୟଟନ କ୍ଷେତ୍ର ଖୋଲିଯିବ ବୋଲି ଲୋକଙ୍କୁ ସୂଚନା ଦେଇଥିଲେ । ସହରର କଚେରୀ ବଜାର, ନୂଆ ବଜାର ଓ ରାଣିପାଟଣା ଆଦି ଅଞ୍ଚଳରେ ମନ୍ତ୍ରୀ ଘରର ବୁଲି ଖବର କାଗଜବାଣ୍ଟୁଥିଲେ ।

ବାଲେଶ୍ବର ସଦର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ପକ୍ଷରୁ ମମତା କୁଣ୍ଡୁ ଲଢିବେ ନିର୍ବାଚନ । ସେହିପରି ବିଜେଡି ସ୍ବରୂପ ଦାସଙ୍କୁ ପ୍ରାର୍ଥୀ କରିଛି । ଉପନିର୍ବାଚନ ନଭେମ୍ବର 3 ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ସମସ୍ତ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି । ନିର୍ବାଚନର ଫଳାଫଳ ନଭେମ୍ବର 10ରେ ବାହାରିବ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Oct 19, 2020, 11:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.