ETV Bharat / city

ନକଲି ବିଦେଶୀ ମଦ କାରବାରରେ ଯାତ୍ରା କଳାକାରଙ୍କ ସମ୍ପୃକ୍ତି ! - The wine mafia

ଅବକାରୀ ବିଭାଗ ଓ ମୋବାଇଲ ସ୍କ୍ବାର୍ଡ ମିଳିତ ଉଦ୍ୟମରେ ବିପୁଳ ପରିମାଣର ମଦ ସମେତ ସାମଗ୍ରୀ ଜବତ, ଘଟଣାସ୍ଥଳରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ନକଲି ବିଦେଶୀ ମଦ କାରବାରରେ ଯାତ୍ରା କଳାକାରଙ୍କ ସମ୍ପୃକ୍ତି !

author img

By

Published : Jul 24, 2021, 8:28 AM IST

ବାଲେଶ୍ବର: ଅବକାରୀ ବିଭାଗ ଦ୍ବାରା ବିଦେଶୀ ମଦ ଜବତ । ବାଲେଶ୍ଵର ଜିଲ୍ଲା ଅଧିନ ସଦର ଅବକାରୀ ବିଭାଗ ଓ ମୋବାଇଲ ସ୍କ୍ବାର୍ଡର ମିଳିତ ଚଢଉରେ ବିପୁଳ ପରିମାଣର ବିଦେଶୀ ମଦ ତିଆରି ସାମଗ୍ରୀ ଜବତ ସହ ତିନି ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ଖନ୍ତାପଡ଼ା ଥାନା ଜିରତାଳ ଗାଁରେ ଚଢାଉ କରି ନକଲି ମଦପ୍ରସ୍ତୁତ ସାମଗ୍ରୀକୁ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲା । ଜିରତାଳ ଅଞ୍ଚଳରେ ଦୁଇ ବର୍ଷ ଧରି ନକଲି ମଦ କାରଖାନା ଚାଲୁ ରହିଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା ।

ନକଲି ବିଦେଶୀ ମଦ କାରବାରରେ ଯାତ୍ରା କଳାକାରଙ୍କ ସମ୍ପୃକ୍ତି !

ଚଢ଼ାଉରେ 300ଟି ନକଲି ବିଦେଶୀ ମଦ ଭର୍ତି ବୋତଲ, 50 ଲିଟର ସ୍ପିରିଟ, 3200ଟି ଲେବେଲ, 700 ଠିପି , 100ଖାଲି ମଦ ବୋତଲ ସହ ଏସେନ୍ସ ଭଳି ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଅଭିଯୁକ୍ତ ମାନେ ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ କଲିକତାରୁ ଆଣୁଥିବା ବେଳେ ବେଆଇନ ଭାବେ ମଦ ପ୍ରସ୍ତୁତ କରି ଗ୍ରାମାଞ୍ଚଳ ମାନଙ୍କରେ ବିକ୍ରି କରୁଥିଲେ ।

ତେବେ ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯାତ୍ରା କଳାକାର ଅଛନ୍ତି । କୋଭିଡ କଟକଣା ଯୋଗୁଁ ଯାତ୍ରା ବନ୍ଦ ହୋଇଥିବା ବେଳେ କିଛି ସ୍ଥାନୀୟ ବ୍ୟକ୍ତି ମଦ ମାଫିଆଙ୍କ ସହ ମିଶି ନକଲି ମଦକାରଖାନା ଚଳାଇଥିବା ନେଇ ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.