ବାଲେଶ୍ବର: ବର୍ଷାରେ ଧୋଇଗଲା ବାଲେଶ୍ବର ସହର । ଦୀର୍ଘ ଦିନ ଧରି ରାଜ୍ୟରେ ବର୍ଷାଭାବ କାରଣରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବାରେ ଲାଗିଛି । ଆଉ ଏନେଇ ଚାଷୀକୂଳ ଚିନ୍ତାରେ ରହିଥିବାବେଳେ ଆଜି (ବୁଧବାର) ବାଲେଶ୍ବର ସହରରେ ଦିନ ତମାମ ପ୍ରବଳ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି । ତେବେ ଏହା ଚାଷୀଙ୍କ ପାଇଁ ଆଣି ଦେଇଛି ଆଶ୍ବସ୍ଥି ।
ସହରର ପ୍ରମୁଖ ରାସ୍ତା ସମେତ ହୋଟେଲ ଭିତରେ ପାଣି ପଶି ଭାସୁଥିବା ଦେଖିବାକୁ ମିଳିଛି । ସହରର ଚିଡ଼ିଆପୋଲ ନିକଟରେ ଥିବା ବିଭିନ୍ନ ହୋଟେଲ ଓ ଦୋକାନ ଗୁଡିକ ସମ୍ପୂର୍ଣ୍ଣ ବୁଡି ଯାଇଛି । ଏହାସହ ରାସ୍ତା ଉପରେ ପ୍ରାୟ ଦୁଇ ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ତେବେ ହୋଟେଲ ଭିତରୁ ପାଣିକୁ ବାହାର କରିବା ପାଇଁ ଦମକଳ ବାହିନୀ ନିୟୋଜିତ ହୋଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ