ETV Bharat / city

ଅସଫଳ ଜୀବନକୁ ରଙ୍ଗୀନ କରିଛି ରଙ୍ଗତୂଳୀ, ବଞ୍ଚିବା ପାଇଁ ଦେଇଛି ନୂଆ ଆଶା

author img

By

Published : Mar 15, 2021, 5:27 PM IST

ବାଲେଶ୍ଵର ଜିଲ୍ଲା ସୋର ବ୍ଲକ କେଦାରପୁର ଗ୍ରାମର ଅମିତ ଦାସ । ଗାଡି ଚାଳକରୁ ରଙ୍ଗତୂଳୀ ଧରି ସାଜିଛନ୍ତି ଚିତ୍ରକର । ଅଧିକ ପଢନ୍ତୁ...

ରଙ୍ଗତୂଳୀ
ରଙ୍ଗତୂଳୀ

ବାଲେଶ୍ବର: ତାଙ୍କ ରଙ୍ଗତୂଳୀରେ ସତେ ଯେମିତି ଭରି ରହିଛି ଯାଦୁ । ଅନେକ କଥା ମନର ଭାବନାକୁ ଚିତ୍ର ମାଧ୍ୟମରେ ଉପସ୍ଥାପନା କରନ୍ତି ସେ । ଜଣେ ଚିତ୍ରକର ବୋଲି ତାଙ୍କୁ ସମସ୍ତେ ଜାଣନ୍ତି ହେଲେ ଏହି ଚିତ୍ର ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି । ହୃଦରୋଗରେ ପୀଡିତ ହୋଇ ଯେତେବେଳେ କଷ୍ଟ ଭୋଗୁଥିଲେ ସେତେବେଳେ ଚିତ୍ର ଓ ରଙ୍ଗ ତୂଳୀ ତାଙ୍କୁ ନୂଆ ଜୀବନ ଦେଇଛି । ଏମିତି ଜଣେ ଚିତ୍ରକର ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ କେଦାରପୁର ଗ୍ରାମର ଅମିତ ଦାସ ।

ଅସଫଳ ଜୀବନକୁ ରଙ୍ଗୀନ କରିଛି ରଙ୍ଗତୂଳୀ, ବଞ୍ଚିବା ପାଇଁ ଦେଇଛି ନୂଆ ଆଶା

ତେବେ କାହିଁକି ଆମେ କହୁଛୁ ଅମିତଙ୍କ କଥା, ତାଙ୍କ ଭିତରେ କଣ ରହିଛି ସ୍ବତନ୍ତ୍ରତା ସେ ବିଷୟରେ ଆସନ୍ତୁ ଜାଣିବା । ବିକାଶ ଚନ୍ଦ୍ର ଦାସ ଓ ଶାନ୍ତିଲତାଙ୍କ ପୁଅ ହେଉଛନ୍ତି ଅମିତ । ପିଲାଟି ଦିନରୁ ଚିତ୍ରକଳା ପ୍ରତି ଆଗ୍ରହ ଦେଖି ପରିବାର ଲୋକ ମଧ୍ୟ ତାଙ୍କ ଆଗ୍ରହକୁ ସମ୍ମାନ ଜଣାଇଥିଲେ । ପରେ ଅମିତ ଖଲ୍ଲିକୋଟ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜରେ ନାମ ଲେଖାଇ 2001 ମସିହାରେ ସେଠାରୁ ଉତ୍ତୀର୍ଣ୍ଣ ହୋଇଥିଲେ ।

ଘରକୁ ଫେରିବା ପରେ ଅମିତ ନିଜର କଳା ବିକାଶ କରିବାରେ ଲାଗିଲେ । ମାତ୍ର ସେତେବେଳେ ତାଙ୍କର ଚିତ୍ରକଳା ଏତେମାତ୍ରାରେ ଆଦୃତ ହେଲାନାହିଁ । ଶେଷରେ ଏକ ପ୍ରକାର ମାନସିକ ଭାବେ ଭାଙ୍ଗିପଡିଲେ ଅମିତ । ପରିବାର ଚଳାଇବା ପାଇଁ ସେ ଡ୍ରାଇଭର ଭାବେ କାମ କରିବା ଆରମ୍ଭ କଲେ ।

ହେଲେ ଚିତ୍ରକଳା ସବୁବେଳେ ତାଙ୍କୁ ଟାଣୁଥିଲା । ଡ୍ରାଇଭିଂ ମଧ୍ୟ ତାଙ୍କୁ ସନ୍ତୁଷ୍ଟି ଦେଇ ନଥିଲା । ଏହାପରେ ସେ ବ୍ୟବସାୟ ଆରମ୍ଭ କରିଥିଲେ । ସେଥିରେ ମଧ୍ୟ ସଫଳତା ନମିଳିବାରୁ ବିଦେଶ ଯାଇ ରୋଜଗାର ଖୋଜିଲେ । ଏମିତି ସିନେମା ଜଗତରେ ମଧ୍ୟ ସେ ଚେଷ୍ଟା କରି ସବୁଥିରେ ବିଫଳ ହେବା ପରେ ଶେଷରେ ପୁଣିଥରେ ନିଜ ମନର ଭାବନାକୁ ନେଇ ଫେରିଥିଲେ ରଙ୍ଗ ତୂଳୀ ଓ କାନଭାସର ଦୁନିଆକୁ ।

ହେଲେ ଏହାରି ଭିତରେ କିଡନୀ ଓ ହୃଦରୋଗରେ ଆକ୍ରାନ୍ତ ହେଲେ ଅମିତ । ଚିକିତ୍ସା ପାଇଁ ସମ୍ବଳିତ ଅର୍ଥ ମଧ୍ୟ ଶେଷ ହୋଇଗଲା । ପରିବାର ଚଳାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥିଲା । ଧୀରେଧୀରେ ଅମିତ ସୁସ୍ଥ ହେବାପରେ ଆରମ୍ଭ କରିଥିଲେ ଚିତ୍ର ଆଙ୍କିବା । ତାଙ୍କର ଚିତ୍ର ଏଥର କିନ୍ତୁ ଅନାଦୃତ ନୁହେଁ ବରଂ ବେଶ ଆଦୃତ ହୋଇଥିଲା । ଅମିତ ବାଛିନେଲେ ତାଙ୍କର ଭବିଷ୍ୟତ ରଙ୍ଗ ଓ ତୂଳୀ ।

ଅମିତଙ୍କ ଚିତ୍ରକଳାରେ ଲୋକମାନେ ମୁଗ୍ଧ ହେବାକୁ ଲାଗିଲେ । ଧୀରେଧୀରେ ଅମିତଙ୍କୁ ଚିତ୍ରକଳା ପାଇଁ ବିଭିନ୍ନ ଆଡୁ ଅର୍ଡର ଆସିବାକୁ ଲାଗିଲା । ଏମିତିକି କୌଣସି କାନ୍ଥ କିମ୍ବା କାନଭାସ ସବୁଥିରେ ଚମକିଲା ଅମିତଙ୍କ ରଙ୍ଗ ତୂଳୀ । ନିକଟରେ ପଞ୍ଚଲିଙ୍ଗେଶ୍ବର ପୀଠରେ କାନ୍ଥ ଚିତ୍ର କରିବାକୁ ଅମିତଙ୍କୁ ମିଳିଥିଲା କଣ୍ଟ୍ରାକ୍ଟ ।

ଏବେବି ଅମିତ ହୃଦରୋଗ ପାଇଁ କଷ୍ଟ ପାଆନ୍ତି ହେଲେ ଚିତ୍ର ଆଙ୍କିବା ବେଳେ ସବୁ କଷ୍ଟ ଯେମିତି ରଙ୍ଗରେ ମିଳେଇ ଯାଏ । ସାମ୍ନାରେ ବସିଥିବା କୌଣସି ବ୍ୟକ୍ତିଙ୍କ ଚିତ୍ର ସେ 15 ମିନିଟ ଭିତରେ ଆଙ୍କି ଦେଉଛନ୍ତି । ଏବେ ସେ ନିଜର ଏହି କଳାକୁ ପେଶା ଭାବେ ନେଇ ପରିବାର ବେଶ ଖୁସିରେ ଚଳାଇ ପାରୁଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.