ବାଲେଶ୍ବର: ଅଜଣା ଜନ୍ତୁ ଆକ୍ରମଣରେ ୧୦ରୁ ଊର୍ଦ୍ଧ୍ଵ ଆହତ। ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ରମଦା ବ୍ରହ୍ମପୁର ଗାଁରେ ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି ।
ଜନ୍ତୁର ଆକ୍ରମଣରେ ଅଞ୍ଚଳର ବହୁ ଲୋକ କ୍ଷତାକ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଜନ୍ତୁଟି ଶିଆଳ ପରି ଦେଖା ଯାଉଥିବା କ୍ଷତାକ୍ତ ହୋଇଥିବା ବ୍ୟକ୍ତିମାନେ କହୁଥିବା ବେଳେ ବାସ୍ତବରେ ତାହା ଶିଆଳ କି ନୁହେଁ ତାହା ଚି଼ହ୍ନଟ ହୋଇ ପାରିନାହିଁ । ଦଶ ଜଣରୁ ଊର୍ଦ୍ଧ୍ବ ବୃଦ୍ଧ, ଛୋଟ ପିଲା, ମହିଳା କ୍ଷତାକ୍ତ ହୋଇ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି l ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତିନାୟକ, ଇଟିଭି ଭାରତ