ETV Bharat / city

ବାଲେଶ୍ଵରରେ ଖୋଲିଲା ମନ୍ଦିର, ଭକ୍ତଙ୍କ ମନରେ ଆନନ୍ଦର ଲହରୀ - temples reopen after nine month in balesore

ଦୀର୍ଘ 9 ମାସର ବ୍ୟବଧାନ ପରେ ବାଲେଶ୍ଵର ଜିଲ୍ଲାର 5ଟି ପ୍ରମୁଖ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ଖୋଲିବା ପରେ ଭକ୍ତମାନେ ଦର୍ଶନ ପାଇଁ ଆକୁଳ ହୋଇ ପଡିଛନ୍ତି।

ବାଲେଶ୍ଵରରେ ଖୋଲିଲା ମନ୍ଦିର, ଭକ୍ତ ଭାବ ବିହ୍ଵଳ

author img

By

Published : Jan 6, 2021, 12:54 PM IST

ବାଲେଶ୍ବର: ଦୀର୍ଘ 9 ମାସର ବ୍ୟବଧାନ ପରେ ବାଲେଶ୍ଵର ଜିଲ୍ଲାର 5ଟି ପ୍ରମୁଖ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ଖୋଲିବା ପରେ ଭକ୍ତମାନେ ଦର୍ଶନ ପାଇଁ ଆକୁଳ ହୋଇ ପଡିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଭକ୍ତଙ୍କ ସୁରକ୍ଷା ଓ ସରକାରଙ୍କ ଗାଇଡ଼ ଲାଇନ ଅନୁପାଳନ କରାଯାଉଥିବା ଦେଖିବାକୁ ମିଳିଛି।

ବାଲେଶ୍ଵରରେ ଖୋଲିଲା ମନ୍ଦିର, ଭକ୍ତଙ୍କ ମନରେ ଆନନ୍ଦର ଲହରୀ

ଜିଲ୍ଲାର ଚନ୍ଦନେଶ୍ବର ମନ୍ଦିର, ପଞ୍ଚଲିଙ୍ଗେଶ୍ବର ଶୈବପୀଠ, କ୍ଷୀରଚୋରା ଗୋପୀନାଥ ମନ୍ଦିର, ନୀଳଗିରି ଜଗନ୍ନାଥ ମନ୍ଦିର ଓ ଇମାମି ଜଗନ୍ନାଥ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲାଯାଇଛି । ମନ୍ଦିର ପ୍ରଵେଶ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରବେଶ ପୂର୍ବରୁ ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାନିଟାଇଜ ବ୍ୟବସ୍ଥା କରାଯାଇଛି। ଏହାସହିତ ବ୍ୟାରିକେଡ କରାଯାଇ ଅଳ୍ପ ଲୋକଙ୍କୁ ଭିତରକୁ ଛଡା ଯାଉଛି।

ସେହିପରି କ୍ଷୀରଚୋରା ମନ୍ଦିର ସାଧାରଣ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ମନ୍ଦିର ଭିତରକୁ ଦୁଇଜଣ ଲେଖାଏଁ ଲୋକଙ୍କୁ ଦର୍ଶନ ପାଇଁ ଛଡ଼ାଯାଉଛି। ମନ୍ଦିର ପୂଜାରୀ ଦୀର୍ଘଦିନ ପରେ ଭକ୍ତଙ୍କ ଗହଣରେ ନିଜକୁ ପାଇ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ଶ୍ରଦ୍ଧାଳୁମାନେ ଆବେଗ ଭରା ନୟନରେ ଭଗବାନଙ୍କୁ ଅନେଇ ରହୁଛନ୍ତି। ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ଜିଲ୍ଲାର ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବ ବୋଲି ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.