ବାଲେଶ୍ବର: ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା ଉଦ୍ଦେଶ୍ୟ ନେଇ ସ୍ବଚ୍ଛ ସବାରିର ଉଦ୍ଘାଟନ କରାଯାଇଛି। ସହରକୁ ଅଳିଆମୁକ୍ତ କରିବା ପାଇଁ 12 ଟି ବ୍ୟାଟେରୀ ଚାଳିତ ଓଦା ଏବଂ ଶୁଖିଲା ଅଳିଆ ଆବର୍ଜନା ଉଠା ଗାଡିର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ବରୂପ କୁମାର ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ।
ଏହାଦ୍ବାରା ବିଭିନ୍ନ ୱାର୍ଡର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରିବା ସହ ସେମାନେ ସ୍ବାବଲମ୍ବୀ ହୋଇ ପାରିବେ ବୋଲି ମତ ପ୍ରକାଶ ପାଇଛି । ଏହି ଅଭିନବ କାର୍ଯ୍ୟକୁ ନେଇ ଭୂରୀ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ବାରତ