ବାଲେଶ୍ବର: ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା ବାତିଲ କରିବା ଦାବିରେ ଛାତ୍ର ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । କୋଭିଡ ସମୟରେ ୩ଥର କଲେଜରେ କ୍ବାଟରଲୀ ପରୀକ୍ଷା କରାଯାଇଥିଲା । ସେହି ପରୀକ୍ଷା ଅନୁଯାୟୀ ଶେଷ ବର୍ଷରେ ଫଳ ପ୍ରକାଶ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।
ତେବେ ପର୍ଯ୍ୟାପ୍ତ ସମୟ ନଥିବାରୁ ହଠାତ ପରୀକ୍ଷା ହେବା ନେଇ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ଗଣମାଧ୍ୟମ ଆଗରେ କହିଥିଲେ । ଫଳରେ ଆଜି ଛାତ୍ରଛାତ୍ରୀ ପରୀକ୍ଷା ବାତିଲ ଦାବିରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛନ୍ତି ।
ଏହା ବି ପଢନ୍ତୁ ପରୀକ୍ଷା ବାତିଲ୍ ଦାବିରେ +2 ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ପରୀକ୍ଷା ବନ୍ଦ ଦାବିରେ ଆଜି ବାଲେଶ୍ବରରେ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେବା ସହ କ୍ବାଟରଲୀ ପରୀକ୍ଷା ହିସାବରେ ଫଳ ପ୍ରକାଶ କରିବାକୁ ଦାବି କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ