ETV Bharat / city

ଶିକ୍ଷୟିତ୍ରୀଙ୍କ ମାଡରେ ଫାଟିଲା ଛାତ୍ରଙ୍କ କାନ, ଥାନାରେ ଏତଲା

ଶିକ୍ଷୟିତ୍ରୀଙ୍କ ମାଡରେ ଲହୁଲୁହାଣ ହେଲେ ଛାତ୍ର । ଥାନାରେ ଏତଲା । ଅଧିକ ପଢନ୍ତୁ...

ଶିକ୍ଷୟିତ୍ରୀଙ୍କ ମାଡରେ ଫାଟିଲା ଛାତ୍ରଙ୍କ କାନ, ଥାନାରେ ଏତଲା
ଶିକ୍ଷୟିତ୍ରୀଙ୍କ ମାଡରେ ଫାଟିଲା ଛାତ୍ରଙ୍କ କାନ, ଥାନାରେ ଏତଲା
author img

By

Published : Aug 24, 2021, 8:38 PM IST

ବାଲେଶ୍ବର: ଶିକ୍ଷୟିତ୍ରୀଙ୍କ ମାଡରେ ଲହୁଲୁହାଣ ହେଲେ ଛାତ୍ର । ଏନେଇ ଶିକ୍ଷୟିତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଛାତ୍ରଙ୍କ ଅଭିଭାବକ । ଏପରି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ। ଔପଦା ହାଇସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ବିରୋଧରେ ଆସିଛି ଏମିତି ଏକ ସଙ୍ଗୀନ ଅଭିଯୋଗ ।

ଛାତ୍ରଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ଔପଦା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ପ୍ରଭୁପଦ ଦାସ କ୍ଲାସରୁମରେ ବସିଥିଲେ। ପ୍ରବଳ ଗରମ ଯୋଗୁଁ ପ୍ରଭୁପଦ ଫ୍ୟାନ ଲାଗିଥିବା ସ୍ଥାନରେ ବସିଥିବାବେଳେ ଶିକ୍ଷୟିତ୍ରୀ ସଂଯୁକ୍ତା ଦାସ କ୍ଲାସକୁ ଆସିଥିଲେ । ଶିକ୍ଷୟିତ୍ରୀ ସଂଯୁକ୍ତା ସେଠାରେ କାହିଁକି ବସିଛ ବୋଲି ପ୍ରଶ୍ନ କରିବା ସହ ଛାତ୍ରଜଣଙ୍କୁ ନିର୍ଧୁମ ମାଡ ମାରିଥିଲେ । ଏଥିରେ ପ୍ରଭୁପଦଙ୍କ କାନମୂଳି ଓ ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଥିବା ସହ ରକ୍ତସ୍ରାବ ମଧ୍ୟ ହୋଇଥିଲା । ଖବର ପାଇ ଛାତ୍ରଙ୍କ ବାପା ରାମେଶ୍ବର ଦାସ ସଙ୍ଗେ ସଙ୍ଗେ ତାଙ୍କୁ ଔପଦା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ସହିତ ଔପଦା ଥାନାରେ ଶିକ୍ଷୟିତ୍ରୀଙ୍କ ବିରୋଧରେ ଲିଖତ ଅଭିଯୋଗ କରିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.