ETV Bharat / city

ପିଣ୍ଡଦାନ ଓ ତୀର୍ଥଯାତ୍ରା ପାଇଁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ

author img

By

Published : Aug 13, 2021, 5:24 PM IST

ପୂର୍ବତଟ ରେଳବାଇ ପକ୍ଷରୁ ପିଣ୍ଡଦାନ ଓ ତୀର୍ଥଯାତ୍ରା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା ହୋଇଛି । ଏହି ଟ୍ରେନ ଟିକେଟ ବୁକିଂ କରି ଯାତ୍ରୀମାନେ ପିତୃପୁରୁଷଙ୍କୁ ଗୟା, ବାରଣାସୀ ଆଦି ସ୍ଥାନରେ ପିଣ୍ଡଦାନ କରି ପାରିବେ। ଅଧିକ ପଢ଼ନ୍ତୁ...

ପିଣ୍ଡଦାନ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ, ମିଳିବ ସ୍ୱତନ୍ତ୍ର ସୁବିଧା

ବାଲେଶ୍ବର: ତୀର୍ଥଯାତ୍ରୀ ଓ ପିଣ୍ଡଦାତାଙ୍କୁ ଭାରତୀୟ ରେଳ ବିଭାଗର ଭେଟି । ପିଣ୍ଡଦାନ ଓ ତୀର୍ଥଯାତ୍ରା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା ହୋଇଛି । ଏହି ଟ୍ରେନ ଟିକେଟ ବୁକିଂ କରି ଯାତ୍ରୀମାନେ ପିତୃପୁରୁଷଙ୍କୁ ଗୟା, ବାରଣାସୀ ଆଦି ସ୍ଥାନରେ ପିଣ୍ଡଦାନ କରି ପାରିବେ। ଏହାକୁ ନେଇ ବାଲେଶ୍ବରରେ IRCTC ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ଭାବରେ ସୂଚନା ଦିଆଯାଇଛି ।

ମହାଳୟା ପିଣ୍ଡଦାନ ତର୍ପଣ ପାଇଁ ଏହି ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ ଆସନ୍ତା ସେପ୍ଟେମ୍ବର ମାସ 25 ତାରିଖରେ ବାହାରି ଅକ୍ଟୋବର 1 ତାରିଖ ଫେରିବ। ଏହି ଟ୍ରେନରେ ପିଣ୍ଡଦାନ ପାଇଁ ଯାତ୍ରୀମାନେ ବାରାଣାସୀ, ପ୍ରୟାଗରାଜ ଓ ଗୟା ଯାଇ ପାରିବେ । ଏହି ଟ୍ରେନରେ ଯାତ୍ରା ପାଇଁ ଦୁଇ ପ୍ରକାର ବ୍ୟବସ୍ଥା କରାଯାଇଛି । ସ୍ଲିପର କୋଚ ଓ ଏସି ସ୍ଲିପର କୋଚ୍ । ସ୍ଲିପର କୋଚ ପାଇଁ ଯାତ୍ରୀମାନଙ୍କୁ 6 ହଜାର 620 ଟଙ୍କା ଖର୍ଚ୍ଚ କରିବାକୁ ହେବ । ସେହିଭଳି ଏସି ସ୍ଲିପର କୋଚ୍ ପାଇଁ ଯାତ୍ରୀମାନଙ୍କୁ 11 ହଜାର 30 ଟଙ୍କା ଖର୍ଚ୍ଚ କରିବାକୁ ହେବ ।

ଏହି ସ୍ବତନ୍ତ୍ର ଟ୍ରେନ ଟିକଟ ଅନଲାଇନ କିମ୍ବା ଷ୍ଟେସନରେ ହୋଇଥିବା ସ୍ୱତନ୍ତ୍ର କାଉଣ୍ଟରରେ ଯାତ୍ରୀମାନେ ବୁକିଂ କରିପାରିବେ। ଏହି ପ୍ୟାକେଜ ପାଇଁ ଯାତ୍ରୀମାନଙ୍କୁ ଅନ୍ୟ କୌଣସି ଦେୟ ଦେବାକୁ ପଡିବ ନାହିଁ । ଟ୍ରେନରେ ଯାତ୍ରୀଙ୍କ ଖାଇବା ଓ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ଏହାଛଡ଼ା ଟ୍ରେନରେ ଯାତ୍ରୀମାନଙ୍କୁ କୋଭିଡ ଗାଇଡ଼ଲାଇନ ପାଳନ କରିବାକୁ ହେବ । ଏହି ଟ୍ରେନରେ ମୋଟ 690 ଜଣ ତୀର୍ଥଯାତ୍ରୀ ଯାତ୍ରା କରିପାରିବେ। ତେବେ ଏହି ସୁବିଧା ପାଇବା ପାଇଁ ଯାତ୍ରୀମାନଙ୍କୁ ଏବେଠାରୁ ଟିକେଟ ବୁକିଂ କରିବାକୁ ପଡିବ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ରିଜିନାଲ ମ୍ୟାନେଜର ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.