ETV Bharat / city

ଭାରସାମ୍ୟ ହରାଇ ଡ୍ରେନକୁ ଓଲଟିଲା ବସ, ୨୦ ଆହତ - ବାଲେଶ୍ବରରେ ଓଲଟିଲା ବସ

ବାଲେଶ୍ବର ଜିଲ୍ଲା ହଳଦୀପଦା ବାଇପାସରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ଓଲଟି ପଡିବାରୁ ୨୦ରୁ ଅଧିକ ଲୋକ ଆହତ ହେଇଛନ୍ତି । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ଡ୍ରେନରୁ ଓଲଟିଲା ବସ
ଭାରସାମ୍ୟ ହରାଇ ଡ୍ରେନରୁ ଓଲଟିଲା ବସ
author img

By

Published : Oct 13, 2022, 12:47 PM IST

ବାଲେଶ୍ବର: ଜିଲ୍ଲା ହଳଦୀପଦା ବାଇପାସ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ଓଲଟି ପଡିବାରୁ ୨୦ରୁ ଅଧିକ ଲୋକ ଆହତ ହେଇଛନ୍ତି । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଭାରସାମ୍ୟ ହରାଇ ଡ୍ରେନରୁ ଓଲଟିଲା ବସ

ସୂଚନାଅନୁସାରେ, ଜଗାକାଳିଆ ନାମକ ବସ୍ ନମ୍ବର OD22E7383 କୋଲକତାରୁ ଚାନ୍ଦବାଲି ରାଜକନିକା ଅଭିମୁଖେ ଆସୁଥିଲା । ଅଚାନକ ହଳଦୀପଦା ବାଇପାସ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ୍ରେନକୁ ଓଲଟି ପଡିଥିଲା । ଭୋର ୩.୫୦ ସମୟରେ ଦୁର୍ଘଟଣା ଘଟିଛି । ଡ୍ରାଇଭର ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଏହା ବି ପଢନ୍ତୁ...ସର୍ଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରେନ ଚଳାଚଳ ପ୍ରଭାବିତ

ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଲୋକ ଆହତ ହେଇଛନ୍ତି । ଜଣେ ନାବାଳକର ଗୋଡ ଭାଙ୍ଗିଯାଇଥିବା ଜଣାପଡିଛି । ଘଟଣା ପରେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସଡକ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ହୋଇଯାଇଛି । ପ୍ରତିଦିନ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଡ୍ରାଇଭରଙ୍କ ବେପୁଆ ଗାଡି ଚାଳନା, ମଦପାନ କରି ଗାଡି ଚଳାଇବା, ଆବଶ୍ୟକଠୁ ଅଧିକ ଯାତ୍ରୀ ନେବା ଦୁର୍ଘଟଣାର ମୁଖ୍ୟ କାରଣ ହୋଇଛି ।

ହଳଦୀପଦା ବାଇପାସ ନିକଟରେ ଅନେକ ଥର ବସ ଦୁର୍ଘଟଣା ହୋଇଛି । ସେପ୍ଟେମ୍ବର 12 ତାରିଖରେ ଏକ ତୀର୍ଥଯାତ୍ରୀ ବସ ଓଲଟି ପଡିଥିଲା । ବସରେ ଥିବା ୬୫ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୨ଜଣ ଗୁରୁତର ହୋଇଥିଲେ ।

ଇଟିଭି ଭାରତ,ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.