ETV Bharat / city

ରଙ୍ଗ ତୂଳୀରେ ରଙ୍ଗୀନ ହେଉଛି ବାଲେଶ୍ଵର ସହର

author img

By

Published : Nov 6, 2019, 2:38 PM IST

ସହରର ସରକାରୀ ଅଫିସ କାନ୍ଥ ଏବେ ରଙ୍ଗୀନ ରଙ୍ଗୀନ ଦିଶୁଛି । ଚାରିଆଡେ ଖାଲି ଚିତ୍ରର ସମାଗମ ଦେଖାଯାଉଛି । ବିଭିନ୍ନ ସଚେତନତା ସହ ପାରମ୍ପରିକ ଚିତ୍ର ମଧ୍ୟ ସରକାରୀ କାନ୍ଥରେ ଅଙ୍କାଯାଉଛି ।

ପ୍ରତିକାତ୍ମକ ଫଟୋ

ବାଲେଶ୍ଵର: ସହରର ସରକାରୀ ଅଫିସ କାନ୍ଥ ଏବେ ରଙ୍ଗୀନ ରଙ୍ଗୀନ ଦିଶୁଛି । ସରକାରୀ କାନ୍ଥ ଓ ପାଚେରୀ ଗୁଡିକରେ ଅନାବଶ୍ୟକ ବିଜ୍ଞାପନ ପୋଷ୍ଟର ମରାଯାଉଥିବା ଅନେକ ସମୟରେ ଦେଖିବାକୁ ମିଳିଥାଏ । ମାତ୍ର ଏବେ ସେସବୁ ଚିତ୍ରରେ ଚମକୁଥିବା ଦେଖିବାକୁ ମିଳୁଛି ।

ରଙ୍ଗତୂଳୀରେ ରଙ୍ଗୀନ ହେଉଛି ବାଲେଶ୍ବର ସହର । ରାସ୍ତାକଡର ସରକାରୀ କାନ୍ଥ ଓ ପାଚେରୀରେ ଅଙ୍କାଯାଉଛି ସଚେତନତା ମୂଳକ ଚିତ୍ର । ସହରର 12ଟି ପ୍ରମୁଖ ସ୍ଥାନର ସରକାରୀ ପାଚେରୀରେ ଅଙ୍କାଯାଉଛି ଅତି ମନଲୋଭା ଚିତ୍ର । ସ୍କୁଲ କାନ୍ଥରେ ଶିକ୍ଷା, ଟ୍ରାଫିକ ଥାନା କାନ୍ଥରେ ଟ୍ରାଫିକ ନିୟମ ଓ ସ୍ଵଛ ଭାରତ ଭଳି ଚିତ୍ର କରାଯାଉଛି । ଏହାସହ ଗାଁ ପରିବେଶ ଓ ପାରମ୍ପରିକ ଚିତ୍ର ମଧ୍ୟ ଅଙ୍କାଯାଉଛି । ଯାହାର ଦାୟିତ୍ବ ନେଇଛନ୍ତି ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ।

ରଙ୍ଗ ତୁଳୀରେ ରଙ୍ଗୀନ ହେଉଛି ବାଲେଶ୍ଵର ସହର

ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମହାବିଦ୍ୟାଳୟର ପିଲାମାନେ ଏପରି କରୁଛନ୍ତି । ତେବେ ପିଲାମାନଙ୍କ ସହ କଲେଜର ଅଧ୍ୟାପକମାନେ ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ସବୁବେଳେ କାନଭାସରେ ଚିତ୍ର ଆଙ୍କୁଥିବା ଏହି ପିଲାମାନେ ଏବେ ଅତି ସୁନ୍ଦର ଭାବେ କାନ୍ଥରେ ମଧ୍ୟ ଚିତ୍ର ଆଙ୍କୁଛନ୍ତି । ଚିତ୍ର ମାଧ୍ୟମରେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଲୋକଙ୍କୁ ସଚେତନ କରାଇବା ପାଇଁ ପିଲାମାନଙ୍କ ଏତାଦୃଶ କାର୍ଯ୍ୟ ପ୍ରଶଂସାର ପାତ୍ର ହୋଇଛି।

ତେବେ ଏକାସାଙ୍ଗରେ 12ଟି ଜାଗାରେ ଚିତ୍ର ଆଙ୍କିବା ପାଇଁ ଲାଗୁଥିବା ରଙ୍ଗ, ତୂଳୀର ବ୍ୟବସ୍ଥା ଜିଲ୍ଲାପାଳ କରିଥିବାବେଳେ ପିଲାମାନଙ୍କ ପାଇଁ କଲେଜ ପକ୍ଷରୁ ଖାଇବା ଖର୍ଚ୍ଚ ଯୋଗାଇ ଦିଆଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ସହରର ସରକାରୀ ଅଫିସ କାନ୍ଥ ଏବେ ରଙ୍ଗୀନ ରଙ୍ଗୀନ ଦିଶୁଛି। ସରକାରୀ କାନ୍ଥ ଓ ପାଚେରୀ ଗୁଡିକରେ ଅନାବଶ୍ୟକ ବିଜ୍ଞାପନ ପୋଷ୍ଟର ମରାଯାଉଥିବା ଅନେକ ସମୟରେ ଦେଖିବାକୁ ମିଳିଥାଏ। ମାତ୍ର ଏବେ ସେସବୁ ଚିତ୍ରରେ ଚମକୁଥିବା ଦେଖିବାକୁ ମିଳୁଛି।

Body:ବାଲେଶ୍ଵର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସହରର ସରକାରୀ କାନ୍ଥ ଓ ପାଚେରୀରେ ଅଙ୍କାଯାଉଛି ସଚେତନତା ମୂଳକ ଚିତ୍ର। ଏହାର ଦାଇତ୍ୱ ନେଇଛନ୍ତି ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ। ସହରର 12 ଟି ସ୍ଥାନ ଯଥା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଆବାସ, ଏସପିଙ୍କ କାର୍ଯ୍ୟାଳୟ, ଡିଆଇଜିଙ୍କ କାର୍ଯ୍ୟାଳୟ, ଟ୍ରାଫିକ ଥାନା, ପାନ୍ଥ ନିବାସ, ପୋଲିସ ସ୍କୁଲ, ସର୍କିଟ ହାଉସ, ଜଜ ୱାଲ, ଜିଲ୍ଲାସ୍କୁଲ, ଜେଲ ୱାଲ, ଉପଜିଲ୍ଲାପାଳ, ଡିଆରଡିଏ, କୋର୍ଟ ଆଦି ପାଚେରୀ କାନ୍ଥରେ ଅଙ୍କାଯାଉଛି ଅତି ମନଲୋଭା ଚିତ୍ର। ସ୍କୁଲ କାନ୍ଥରେ ଶିକ୍ଷା, ଟ୍ରାଫିକ ଥାନା କାନ୍ଥରେ ଟ୍ରାଫିକ ନିୟମ ଓ ସ୍ଵଛ ଭାରତ, ପାରମ୍ପରିକ ଚିତ୍ର ଭଳି ସନ୍ଦେଶ ଦିଆଯାଇ ସେହିପରି ଚିତ୍ର ସବୁ ଆଙ୍କୁଥିବା ଦେଖିବାକୁ ମିଳୁଛି।
ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମହାବିଦ୍ୟାଳୟର ପିଲାମାନେ ସକାଳ 8ରୁ ବାହାରି ବିଭିନ୍ନ ପାଚେରୀ କାନ୍ଥରେ ଆଙ୍କୁଛନ୍ତି ସଚେତନତା ଚିତ୍ର। ପିଲାମାନଙ୍କ ସହ କଲେଜର ଅଧ୍ୟାପକ ମାନେ ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ସବୁବେଳେ କାନଭାସରେ ଚିତ୍ର ଆଙ୍କୁଥିବା ଏହି ପିଲାମାନେ ଏବେ ଅତି ସୁନ୍ଦର ଭାବେ କାନ୍ଥରେ ମଧ୍ୟ ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳୁଛି। ଚିତ୍ର ମାଧ୍ୟମରେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଲୋକଙ୍କୁ ସଚେତନ କରାଇବା ପାଇଁ ପିଲାମାନଙ୍କ ଏତାଦୃଶ କାର୍ଯ୍ୟ ପ୍ରଶଂସାର ପାତ୍ର ହୋଇଛି।

Conclusion:ତେବେ ଏକାସାଙ୍ଗରେ 12ଟି ଜାଗାରେ ଚିତ୍ର ଆଙ୍କିବା ପାଇଁ ଲାଗୁଥିବା ରଙ୍ଗ, ତୁଳୀର ବ୍ୟବସ୍ଥା ଜିଲ୍ଲାପାଳ କରିଥିବା କଲେଜ ଅଧ୍ୟକ୍ଷ କହିଛନ୍ତି। ସେହିପରି ସକାଳ ଠାରୁ ନିୟୋଜିତ ଏହି ପିଲାମାନଙ୍କ ପାଇଁ କଲେଜ ପକ୍ଷରୁ ଖାଇବା ଖର୍ଚ୍ଚ ଯୋଗାଇ ଦିଆଯାଉଛି। ସ୍କୁଲ ପିଲାମାନେ ପାଚେରୀ କାନ୍ଥରେ ଚିତ୍ର ଦେଖି ନିଶ୍ଚିତ ଭାବେ ପ୍ରେରିତ ହେବେ ବୋଲି ଆଶା ରଖିଛନ୍ତି ଏହି କଅଁଳ ଚିତ୍ରକରମାନେ। ସବୁଠୁଁ ବଡ କଥା ହେଉଛି ସେମାନଙ୍କର ଯେଉଁ ଚିତ୍ର ଦିନେ କାନଭାସରେ ସୀମିତ ରହୁଥିଲା ତାହା ଏବେ ସହର ସାରା ଲୋକ ଦେଖିବାକୁ ପାଉଛନ୍ତି।
ବାଇଟ1-
ବାଇଟ2-
ବାଇଟ3-
ବାଇଟ4-
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.