ETV Bharat / city

ପ୍ରବାସୀ ଗର୍ଭବତୀଙ୍କ ବାପା ସାଜିଲେ ସରପଞ୍ଚ, କ୍ବାରେଣ୍ଟାଇନ ସେଣ୍ଟରରେ ଖୁଆଇଲେ ସଦ

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ନହରା ପଞ୍ଚାୟତରେ ଥିବା ଏକ କ୍ବାରେଣ୍ଟିନ ସେଣ୍ଟରରେ ସରପଞ୍ଚ କରିଛନ୍ତି ବାପର କର୍ତ୍ତବ୍ୟ। ଜଣେ ପ୍ରବାସୀ ଗର୍ଭବତୀ ମହିଳାଙ୍କୁ ସଦ ବା ମିଠା ଖୁଆଇ ଅନ୍ୟମାନଙ୍କ ପାଇଁ ସରପଞ୍ଚ ସାଜିଛନ୍ତି ଉଦାହରଣ। ଅଧିକ ପଢନ୍ତୁ...

ମହିଳାଙ୍କ ଜନନୀ ପ୍ରେମରେ ସାମିଲ ହେଲେ ସରପଞ୍ଚ, କଲେ ବାପର କର୍ତ୍ତବ୍ୟ

author img

By

Published : Jun 4, 2020, 6:37 PM IST

ବାଲେଶ୍ବର: ଜଣେ ନାରୀ ଯେବେ ମା' ହେବାର ସ୍ବପ୍ନ ଦେଖେ ତଥା ମାତୃତ୍ବ ଲାଭ କରିବାର ଅନୁଭବ କରିଥାଏ, ସେତେବେଳେ ନାରୀର ବାପ ଘରୁ ଆସିଥାଏ ସଦ ବା ମିଠା। ହେଲେ ଯେବେ ଏହି ମୁହୂର୍ତ୍ତରେ ନାରୀଟିକୁ କ୍ବାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡିଥାଏ, ତେବେ ତା ମନ ଭିତରେ ମଳିନ ପଡିଯାଏ ଅନେକ ଅସୁମାରୀ ସ୍ବପ୍ନ । ଏମିତି ଜଣେ ନାରୀ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ବାପାର କର୍ତ୍ତବ୍ୟ କରିଛନ୍ତି ସରପଞ୍ଚ।

ମହିଳାଙ୍କ ଜନନୀ ପ୍ରେମରେ ସାମିଲ ହେଲେ ସରପଞ୍ଚ, କଲେ ବାପର କର୍ତ୍ତବ୍ୟ

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ନହରା ପଞ୍ଚାୟତରେ ଥିବା ଏକ କ୍ବାରେଣ୍ଟିନ ସେଣ୍ଟରରେ ସରପଞ୍ଚ କରିଛନ୍ତି ବାପର କର୍ତ୍ତବ୍ୟ। ଜଣେ ପ୍ରବାସୀ ଗର୍ଭବତୀ ମହିଳାଙ୍କୁ ସଦ ବା ମିଠା ଖୁଆଇ ଅନ୍ୟମାନଙ୍କ ପାଇଁ ସରପଞ୍ଚ ସାଜିଛନ୍ତି ଉଦାହରଣ। ଗୋଆରୁ ଫେରିଥିବା 38 ଜଣ ପ୍ରବାସୀଙ୍କ ମଧ୍ୟରେ 2ଜଣ ମହିଳା ଗର୍ଭବତୀ ଥିଲେ । ଲକଡାଉନ ନିୟମ ଅନୁସାରେ ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଏହାରି ଭିତରେ ସେମାନେ ପୁଷ୍ଟିକର ଖାଦ୍ୟ ଖାଇବାର ସୁଯୋଗ ପାଇ ନଥିଲେ। ମାତ୍ର ସରପଞ୍ଚ ଗୋପାଳ ମୁଖୀ ମହିଳାମାନଙ୍କ ଜନନୀ ପ୍ରେମ ବୁଝି ସେମାନଙ୍କୁ ସାକ୍ଷାତ କରି ଯୋଗାଇ ଦେଇଥିଲେ ସ୍ବାଦିଷ୍ଟ ଖାଦ୍ୟ ।

ଜଣେ ଗର୍ଭବତୀ ମହିଳାଙ୍କୁ ଏହି ସମୟରେ ଯେଉଁ ସବୁ ଖାଦ୍ୟର ଆବଶ୍ୟକତା ରହିଥାଏ, ତାହା ସରପଞ୍ଚ ସେମାନଙ୍କୁ ଯୋଗାଇ ଦେଇଛନ୍ତି । ଥାଳିରେ ସଜା ହୋଇଥିବା ବିଭିନ୍ନ କିସମର ମିଠା ସାଙ୍ଗକୁ ଜଣେ ଗର୍ଭବତୀ ମହିଳା ପାଇଁ ଯାହା ଆବଶ୍ୟକ ସେସବୁ ସରପଞ୍ଚ ଯୋଗାଇ ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ତେବେ ସରପଞ୍ଚଙ୍କର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.