ବାଲେଶ୍ଵର: ଜିଲ୍ଲା ସଦର ବ୍ଲକ କସିପଦା ସରପଞ୍ଚ ଅନିତା ବେହେରା ଆମରଣ ଅନଶନ। କସିପଦା ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏକ ଗ୍ୟାସ ଗୋଦାମକୁ ବିରୋଧ କରି ସରପଞ୍ଚ ଅନଶନରେ ବସିଛନ୍ତି। ଯେଉଁ ସ୍ଥାନରେ ଗ୍ୟାସ ଗୋଦାମ ତିଆରି ପାଇଁ ଯୋଜନା ହେଉଛି ସେଠାରେ ସ୍କୁଲ, ଉପରେ ବିଦ୍ୟୁତ ତାର ଓ ମନ୍ଦିର ରହିଛି । ଗ୍ୟାସ ଗୋଦାମ ନିର୍ମାଣ ପାଇଁ ଏହା ଉପଯୁକ୍ତ ସ୍ଥାନ ହୋଇ ନଥିବାରୁ ସରପଞ୍ଚ ଅନୁମତି ପ୍ରଦାନ କରି ନଥିଲେ। ମାତ୍ର ଶାସକ ଦଳର ହାତବାରିସୀ କରି ସେଠାରେ ଗ୍ୟାସ ଗୋଦାମ ପାଇଁ ଅନୁମତି ନେଇଛନ୍ତି।
ଉପଯୁକ୍ତ ତଦନ୍ତ ପରେ ଅନୁମତି ପ୍ରଦାନ କରିବା ପାଇଁ ସରପଞ୍ଚ ଦାବି କରିଛନ୍ତି। ଯେ ପର୍ଯ୍ୟନ୍ତ ଜିଲ୍ଲାପାଳ ତାଙ୍କ କଥା ନବୁଝିଛନ୍ତି ସେମିତି ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ