ETV Bharat / city

ୟାସ' ମୁକାବିଲା ନେଇ ଏସଆରସିଙ୍କ ସମୀକ୍ଷା

ସମ୍ଭାବ୍ୟ ବାତ୍ୟା ୟାସ'ର ମୁକାବିଲା ନେଇ ବାଲେଶ୍ଵର ଗସ୍ତ କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି କଲେ ସ୍ଥିତିର ସମୀକ୍ଷା । ଅଧିକ ପଢନ୍ତୁ...

author img

By

Published : May 23, 2021, 6:29 PM IST

ୟାସ' ମୁକାବିଲା ନେଇ ଏସଆରସିଙ୍କ ସମୀକ୍ଷା
ୟାସ' ମୁକାବିଲା ନେଇ ଏସଆରସିଙ୍କ ସମୀକ୍ଷା

ବାଲେଶ୍ଵର: ସମ୍ଭାବ୍ୟ ବାତ୍ୟା ୟାସ'ର ମୁକାବିଲା ଓ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଆଜି ବାଲେଶ୍ଵର ଗସ୍ତରେ ଆସି ଜିଲ୍ଲାପାଳଙ୍କ ସହ ସମ୍ଭାବ୍ୟ ବାତ୍ୟା ୟାସ' ର ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ଏହାସହ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିବାଵେଳେ ଭର୍ଚୁଆଲରେ ବିଭିନ୍ନ ବ୍ଲକର ବିଡ଼ିଓ ,ତହସିଲଦାର , ମେଡ଼ିକାଲ ଅଫିସର ଓ ଫିଲ୍ଡ ଲେବଲ୍ ଅଫିସରଙ୍କ ସହ ଆଲୋଚନା କରିଥିଲେ । ୪୦ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଥିବାବେଳେ ୪ଟି ଓଡ୍ରାଫ୍ ୭ଟି ଏନଡିଆରଏଫ୍ ଓ ୯ଟି ଫାୟାର ଟିମ୍କୁ ଜିଲ୍ଲାରେ ନିୟୋଜିତ କରାଯାଇଛି ।

ୟାସ' ମୁକାବିଲା ନେଇ ଏସଆରସିଙ୍କ ସମୀକ୍ଷା

ଅନ୍ୟପଟେ ପାନୀୟ ଜଳ ଏବଂ ବିଦ୍ୟୁତ୍, ଟେଲିକମ୍ ଉପରେ ଗୁରୁତ୍ବ ଦିଆଯିବା ନେଇ ସୂଚନା ଦେଇଛନ୍ତି । ଆବଶ୍ୟକ ସ୍ଥଳେ କୋରୋନା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଆଶ୍ରୟ ସ୍ଥଳୀର ବ୍ୟବସ୍ଥା କରାଯାଇଛି । ବାତ୍ୟାପରେ ସାଧାରଣତଃ ବିଦ୍ୟୁତ୍ ସେବା ପ୍ରବଳ ପ୍ରଭାବିତ ହୋଇଥାଏ । ସେଥିପାଇଁ ୩୮୦୦ଟି ବିଦ୍ୟୁତ୍ ଖୁଣ୍ଟି ଗଚ୍ଛିତ ରଖାଯାଇଥିବା ସୂଚନା ଦିଆଯାଇଛି । ବାତ୍ୟାବେଳେ ଆମ୍ବ ଗୋଟାଇବା କିମ୍ବା ମହିଳାମାନେ ପାଣି ଆଣିବା ଏବଂ ଯୁବକମାନେ ରାସ୍ତା ଉପରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

ସେହିପରି ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ପକ୍କାଘର ଓ ସ୍କୁଲ ଆଦିକୁ ସ୍ଥାନାନ୍ତର କରାଯିବାରେ ଲୋକମାନେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ବାତ୍ୟା ବେଳେ ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କ ଓ ଛୋଟ ପିଲାଙ୍କ ଖାଦ୍ୟ ବ୍ୟବସ୍ଥା କରାଯିବ ଓ ଏଥିପାଇଁ ଆଶା ଅଙ୍ଗନବାଡି କର୍ମୀମାନେ ନିୟୋଜିତ ହେବେ । ପାନୀୟ ଜଳର ସଙ୍କଟକୁ ଏଡାଇବା ପାଇଁ ମୋବାଇଲ ଟ୍ୟାଙ୍କର ଓ ପାଣି ମୋଟର ଚାଲିବା ପାଇଁ ଜେନେରେଟରର ବ୍ୟବସ୍ଥା କରାଯାଇଛି। ବାତ୍ୟାର ପୂର୍ବାନୁମାନ ଅନୁସାରେ 120 ରୁ 160 କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ସମସ୍ତେ ସତର୍କ ରହିବା ନେଇ ଏସଆରସି ଅନୁରୋଧ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.