ETV Bharat / city

ଜଳେଶ୍ବରର 2ଟି ବୁଥ୍‌ରେ ସାନି ମତଦାନ, ଭୋଟର ଅସନ୍ତୁଷ୍ଟ

ଜଳେଶ୍ବରର 2ଟି ବୁଥରେ ସାନି ମତଦାନ ଆରମ୍ଭ ହୋଇଛି । 187 ଓ 189 ବୁଥ୍‌ରେ ଚାଲିଛି ସାନି ଭୋଟ ଗ୍ରହଣ ।

author img

By

Published : May 19, 2019, 10:13 AM IST

Updated : May 19, 2019, 12:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜଳେଶ୍ବରର କଦରାୟାଁର 2ଟି ବୁଥରେ ଆରମ୍ଭ ହୋଇଛି ସାନି ମତଦାନ । 187 ନମ୍ବର ବୁଥ୍‌ ଓ 189 ନମ୍ବର ବୁଥ୍‌ରେ ଚାଲିଛି ସାନି ଭୋଟ ଗ୍ରହଣ । ପୋଲିସ ଫୋର୍ସ ମୁତୟନରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଦେଉଛନ୍ତି ମତଦାତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଥାଉକି, ଏହି ଦୁଇଟି ବୁଥ୍‌ରେ ରାଗିଂର ଅଭିଯୋଗ ହୋଇଥିବାରୁ ସାନି ମତଦାନ କରାଯାଉଛି । ତେବେ ବର୍ତ୍ତମାନ ରମଜାନ ମାସ ଚାଲିଥିବାରୁ ପୁଣି ଥରେ ଭୋଟକୁ ନେଇ ନିଜର ନିରାଶ ଭାବ ପ୍ରକାଶ କରିଛନ୍ତି ମତଦାତା ।

ସେପଟେ ଭୋଟକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକାରୀ, ଜଣେ ଡିଏସପି, ଦୁଇଜଣ ଆଇଆଇସିଙ୍କ ସହିତ 2 ପ୍ଲାଟୁନ ପୋଲିସ ଫୋର୍ସ ଓ ସିଆରପିଏଫର ଗୋଟିଏ ସେକ୍ସନ ମୁତୟନ ହୋଇଛନ୍ତି । ଏହା ସହ ବୁଥ୍‌ରେ ଜିଲ୍ଲା ପର୍ଯ୍ୟବେକ୍ଷକ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତି ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ଦିନ 10 ଟା ସୁଦ୍ଧା 10 ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 19, 2019, 12:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.