ବାଲେଶ୍ଵର: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବାଲେଶ୍ଵର ସହର ଉଠା ଦୋକାନୀ ସମୂହ । ବେଆଇନ ଉଚ୍ଛେଦ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଏହି ଜବରଦଖଲ ଉଚ୍ଛେଦ ସମୟରେ ଉଠା ଦୋକାନୀଙ୍କ ସହ ପ୍ରଶାସନର ମୁହାଁମୁହିଁ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା ।
ସହରର ଓଡିଶା ଟ୍ରଙ୍କ ରୋଡକୁ ୬ ଟିକିଆ ରାସ୍ତା ନିର୍ମାଣ ହେବା ଉଦ୍ଦେଶ୍ୟରେ ଏହି ଜବରଦଖଲ କରାଯାଉଛି । ତେବେ ବାଲେଶ୍ଵର ଟାଉନ ଭେଣ୍ଡିଂ କମିଟିର ବିନା ନିଷ୍ପତ୍ତିରେ ଜିଲ୍ଲା ପ୍ରଶାସନ, ଆରବି ଡିଭିଜନ(R & B division) ଓ ପୋଲିସ ବେଆଇନ ଭାବେ ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ଏହା ବିରୋଧରେ ଓଡିଶା ପଥବିକ୍ରେତା ସଙ୍ଘ ପକ୍ଷରୁ ବାଲେଶ୍ଵର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯାଇଥିଲା । ଏହା ସହିତ ସହରର ପ୍ରମୁଖ ରାସ୍ତା ମାନଙ୍କରୁ ଜବରଦଖଲ ଉଚ୍ଛେଦ ବେଳେ ଉଠା ଦୋକାନୀଙ୍କ ସହ ପ୍ରଶାସନର ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ବାଲେଶ୍ଵର