ETV Bharat / city

କୋରୋନା ମୁକାବିଲା: ଲକଡାଉନ ପାଇଁ ବାଲେଶ୍ୱର ପ୍ରଶାସନର ପ୍ରସ୍ତୁତି

author img

By

Published : Mar 24, 2020, 3:10 PM IST

ବାଲେଶ୍ଵର ଜିଲ୍ଲା ପ୍ରଶାସନ କରୁଛି କୋରୋନା ମୁକାବିଲା । ସହରରେ ଲକଡାଉନ ପାଇଁ ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତୁତି । ଅଧିକ ପଢନ୍ତୁ...

କରୋନା ମୁକାବିଲା: ଲକ ଡାଉନ ପାଇଁ ବାଲେଶ୍ୱର ପ୍ରଶାସନର ପ୍ରସ୍ତୁତି

ବାଲେଶ୍ବର: ଜିଲ୍ଲାକୁ ଲକଡାଉନ କରିବା ପାଇଁ ପ୍ରଶାସନ ନେଉଛି ପଦକ୍ଷେପ। ନିହାତି ଜରୁରୀ କାମ ନଥିଲେ ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେବା ସହ ସଚେତନ କରାଉଥିବା ଦେଖିବାକୁ ମିଳିଛି। ସହରର ପ୍ରବେଶ ଦ୍ବାରରେ କଡ଼ାକଡ଼ି କରାଯାଇଛି ଯାଞ୍ଚ। ଉପଯୁକ୍ତ କାରଣ ଦେଖାଇ ପାରୁନଥିବା ଲୋକଙ୍କୁ ଅଧା ବାଟରୁ ଫେରିବାକୁ ପଡୁଛି।

ସେହିପରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ବାଲେଶ୍ଵର ବସଷ୍ଟାଣ୍ଡରେ ବସ ଗୁଡିକ ଛିଡା ହୋଇଥିବା ଦେଖିବାକୁ ମିଳିଛି। ଅତ୍ୟାବଶକୀୟ ସାମଗ୍ରୀ କିଣିବା ପାଇଁ କିଛିଟା ନିୟମ କୋହଳ କରିଛି ପୋଲିସ। ସହରର ବିଭିନ୍ନ ସ୍ଥାନରେ ପୋଲିସ ନାକାବନ୍ଦୀ ଜାରି ରଖିଥିବା ବେଳେ ଲୋକମାନେ ସାମାନ୍ୟ ଅମାନିଆ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.