ETV Bharat / city

ପ୍ରବାସୀ ଟ୍ରେନରୁ ଓହ୍ଲାଇଲା ଛୋଟା ପ୍ୟାକେଟ, ପିଲାଳିଆମି ଦେଖି ଅଟକି ପାରିଲେନି ଫଟୋଗ୍ରାଫର - ବାଲେଶ୍ବର ଷ୍ଟେସନ

ବାଲେଶ୍ବର ଷ୍ଟେସନରେ ସୋମବାର ଗୋଟିଏ ଟ୍ରେନ ପହଞ୍ଚିବା ପରେ ସେଥିରୁ ଓହ୍ଲାଇଥିଲା ଜଣେ 8ରୁ 10 ବର୍ଷର ବାଳକ । ପିଲାଟିର ହାତରେ ଥିଲା ଏକ ଖେଳଣା । ଆଉ ଏହି ପିଲାଟିର ପିଲାଳିଆମୀ ସମସ୍ତଙ୍କୁ କରିଥିଲା ଆକର୍ଷିତ । ଅଧିକ ପଢନ୍ତୁ...

ବାଲେଶ୍ବର ଷ୍ଟେସନରେ ଆକର୍ଷିତ କଲା ପିଲାର ପିଲାଳିଆମୀ

author img

By

Published : Jun 1, 2020, 8:36 PM IST

ବାଲେଶ୍ବର: ବାହାର ରାଜ୍ୟରୁ ଏବେ ପ୍ରବାସୀମାନଙ୍କୁ ନେଇ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ବାଲେଶ୍ଵର ଆସୁଛି । ହଜାର ହଜାର ପ୍ରବାସୀ ଶ୍ରମିକ ନିଜ ପରିବାର ଓ ପିଲାଛୁଆଙ୍କୁ ଧରି ଘର ବାହୁଡା ହେଉଛନ୍ତି । ପ୍ରତିଦିନ ପ୍ରାୟ ଦୁଇ ତିନୋଟି ଟ୍ରେନ ଯୋଗେଁ ବାଲେଶ୍ଵର ଷ୍ଟେସନରେ ଓହ୍ଲାଉଛନ୍ତି ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରବାସୀମାନେ। ତେବେ ସୋମବାର ବାଲେଶ୍ଵର ରେଳ ଷ୍ଟେସନରେ ଗୋଟିଏ ଶ୍ରମିକ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଲାଗିବା ପରେ ଏକ ଦୃଶ୍ୟ ସମସ୍ତଙ୍କୁ ବେଶ ଆକର୍ଷିତ କରିଥିଲା।

ବାଲେଶ୍ବର ଷ୍ଟେସନରେ ଆକର୍ଷିତ କଲା ପିଲାର ପିଲାଳିଆମୀ

ଷ୍ଟେସନରେ ଟ୍ରେନ ଲାଗିବା କ୍ଷଣି ଜଣଙ୍କ ପରେ ଜଣେ ଟ୍ରେନରୁ ଓହ୍ଲାଇଥିଲେ। ଏହାରି ଭିତରେ ଜଣେ 8ରୁ 10 ବର୍ଷର ବାଳକ ମଧ୍ୟ ଓହ୍ଲାଇଥିଲା । ବାଳକଟି ଓହ୍ଲାଇବା ବେଳେ ତା ହାତରେ ଥିଲା ଏକ କାଠର ଖେଳଣା ଗାଡି, ଯାହାକୁ ନେଇ ସେ ସୁରଟରୁ ବାଲେଶ୍ଵର ଆସିଥିବା ଜଣାପଡିଛି ।

ପିଲାଟିର ହାତରେ ଏମିତି ଏକ ଖେଳଣା ଗାଡି ଦେଖି ସେଠାରେ ଉପସ୍ଥିତ ଜଣେ ସ୍ବେଛାସେବୀ ତାର ଫଟୋ ନ ଉଠାଇବା ପାଇଁ ନିଜକୁ ଅଟକାଇ ପାରିନଥିଲେ । ସତରେ ପ୍ରବାସୀମାନେ ଘର ବାହୁଡା ବେଳେ ଅନେକ ଦୁଃଖଦ ଚିତ୍ର ସାମ୍ନାକୁ ଆସୁଥିବା ବେଳେ ସୋମବାର ବାଲେଶ୍ବର ରେଳ ଷ୍ଟେସନରେ ପିଲାଟିର ପିଲାଳିଆମୀ ସମସ୍ତଙ୍କ ମନକୁ ଖୁସି କରିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.