ETV Bharat / city

ଅଧାରେ ରହିଲା ଦର୍ଶନ, ତ୍ରୀର୍ଥଯାତ୍ରୀ ବସ ଓଲଟି 30 ଆହତ

author img

By

Published : Aug 10, 2022, 10:17 AM IST

Updated : Aug 10, 2022, 1:25 PM IST

ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗରଠାରେ ଏକ ତ୍ରୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । 30ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିବାବେଳେ 14 ଯାତ୍ରୀ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

ପର୍ଯ୍ୟଟକ ବସ ଓଲଟି 30 ଆହତ
ପର୍ଯ୍ୟଟକ ବସ ଓଲଟି 30 ଆହତ

ବାଲେଶ୍ବର: କେତେ ଖୁସିରେ ଘରୁ ବୁଲିବାରୁ ବାହାରିଥିଲେ । ଜଗାକୁ ଦର୍ଶନ କରିବେ ହେଲେ ଘଟିଗଲା ଅଘଟଣ । ପଶ୍ଚିମବଙ୍ଗ ଦକ୍ଷିଣ ଚବିଶପ୍ରଗଣାରୁ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ବାହାରିଥିବା ତ୍ରୀର୍ଥଯାତ୍ରୀ ମମତାଜ ନାମକ ବସ୍ ବାଲେଶ୍ବର ଜିଲ୍ଲା ସୋର ଥାନା ତଳନଗରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଫଳରେ 30ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 14 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସରେ ପାଖାପାଖି 100 ଯାତ୍ରୀ ଥିଲେ । ସମସ୍ତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅଧାରେ ରହିଲା ଦର୍ଶନ, ତ୍ରୀର୍ଥଯାତ୍ରୀ ବସ ଓଲଟି 30 ଆହତ

ଏହା ବି ପଢନ୍ତୁ...ରାଜଧାନୀ ରାଜରାସ୍ତାରେ ଗଡୁଛି ରାଧେ ମା'ଙ୍କ ଅଟୋ, ପେଟପାଉଣା ପାଇଁ ଆପଣାଇଛନ୍ତି ବୃତ୍ତି

ପର୍ଯ୍ୟଟକ ବସ ଓଲଟି 30 ଆହତ
ପର୍ଯ୍ୟଟକ ବସ ଓଲଟି 30 ଆହତ

ବସ୍‌ଟି ତ୍ରୀର୍ଥଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗ ଜିଲ୍ଲା ଚବିଶପ୍ରଗଣା ଅଞ୍ଚଳରୁ ପୁରୀ ଅଭିମୁଖେ ଆସୁଥିଲା । ତଳନଗର ଛକ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଯାତ୍ରୀମାନେ ବସ ଭିତରେ ଫସି ରହିଥିଲେ । ଖବର ପାଇ ସୋର ପୋଲିସ, ଦମକଳ କର୍ମଚାରୀ ଓ ଆଦର୍ଶ ଯୁବ ପରିଷଦର ସଦସ୍ୟ ଓ ହେଲପିଙ୍ଗ ହେଣ୍ଡସ ସଦସ୍ୟମାନେ ଯାତ୍ରୀଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଛନ୍ତି । 30ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ 14ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଡ୍ରାଇଭରର ନିଦ ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Aug 10, 2022, 1:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.