ETV Bharat / city

ଜାତୀୟ କ୍ରିକେଟ ଟିମରେ ଓଡିଆ ଝିଅ - ପଞ୍ଜାବରେ ଖେଳୁଛନ୍ତି ବାଲେଶ୍ବର ଝିଅ

ଜାତୀୟ କ୍ରୀଡା ଜଗତରେ ପ୍ରଭାବୀ ବୋଲିଂ କରି ଗୌରବ ଆଣିଲେ ବାଲେଶ୍ବର ଝିଅ ଲୋରେନ୍ସ । ଅଧିକ ପଢନ୍ତୁ

ଜାତୀୟ କ୍ରିକେଟ ଟିମରେ ଓଡିଆ ଝିଅ
ଜାତୀୟ କ୍ରିକେଟ ଟିମରେ ଓଡିଆ ଝିଅ
author img

By

Published : Jun 7, 2022, 1:09 PM IST

ବାଲେଶ୍ୱର: ଜାତୀୟ କ୍ରୀଡା ଜଗତରେ ଓଡିଆ ଝିଅ । ଜାତୀୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି ବାଲେଶ୍ବର ଜିଲ୍ଲା ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ଏସବି ଲୋରେନ୍ସ । ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଲୋରେନ୍ସଙ୍କ ସାନଦାର ବୋଲିଂ । ସୂଚନା ଅନୁଯାୟୀ, FM ୟୁନିଭରସିଟିରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ବାଣିଜ୍ୟ ବିଭାଗରେ ପାଠ ପଢୁଛନ୍ତି ଲୋରେନ୍ସ । ଚଳିତବର୍ଷ ଭାରତୀୟ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି । ଏଥିସହିତ ଜାତୀୟସ୍ତରୀୟ ଅନେକ କ୍ରିକେଟ ମ୍ୟାଚଗୁଡିକରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।

ପଞ୍ଜାବରେ ଚାଲୁଥିବା ଜାତୀୟ କ୍ରିକେଟ ମ୍ୟାଚ୍ରେ ଲୋରେନ୍ସ ସର୍ବାଧିକ ୱିକେଟ୍ ହାସଲ କରି ଓଡିଶା ପାଇଁ ଗୌରବ ହାସଲ କରିଛନ୍ତି । ଦିନିକିଆ ଟ୍ରଫି ମ୍ୟାଚରେ ଲୋରେନ୍ସ ୪ ଇନିଙ୍ଗସରେ ୯ ଓ୍ବିକେଟ୍ ହାସଲ କରିବା ସହ ଆଭେରେଜ୍ ୪.୭୭, ଷ୍ଟ୍ରାଇକ୍ ରେଟ୍ ୨୦.୬୬ ଏବଂ ଇକୋନୋମି ୧.୯୬ କରିଛନ୍ତି । ତେବେ ସବୁଠ ବଡ କଥା ହେଉଛି କି ଲୋରେନ୍ସ ବର୍ତ୍ତମାନ ୧୯ ବର୍ଷରୁ କମ ମହିଳା ବିଶ୍ଵକପ ମ୍ୟାଚ୍ ପାଇଁ ମନୋନୀତ ପ୍ରକ୍ରିୟାରେ ଅଛନ୍ତି । ସେ ଅଣ୍ଡର ୧୯ ମହିଳା ବିଶ୍ବକପରେ ସାମିଲ ହେବା ପରେ ଓଡିଶା ପାଇଁ ଏକ ଗୌରବମୟ ଇତିହାସ ସୃଷ୍ଟି ହେବ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.