ବାଲେଶ୍ଵର: ଜିଲ୍ଲା ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ପ୍ରସବ କରାଇବା ପରେ ଟଙ୍କା ନେବା ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଲାଗିଥିବା ଦେଖିବାକୁ ମିଳିଥିଲା ।
ଗତ ମଙ୍ଗଳବାର ଦିନ ଧୋବଶିଳା ପଞ୍ଚାୟତ ଅଧିନ ଡାହିସାହି ଗ୍ରାମର ଗୋବିନ୍ଦ ସିଂଙ୍କ ପତ୍ନୀ ସରସ୍ବତୀଙ୍କର ପ୍ରସବ ପରେ ତାଙ୍କ ଠାରୁ ଜଣେ ସୁଇପର ୫୦୦ ଟଙ୍କା ନେବାର ଅଭିଯୋଗ ହୋଇଥିଲା ।
ସେହିପରି ଗୁରୁବାର ନରସିଂପୁର ପଞ୍ଚାୟତ ଗୋବରା ଗ୍ରାମର ପ୍ରଭାତ ବିନ୍ଧାଣିଙ୍କ ଝିଅ ସନ୍ଧ୍ୟାରାଣୀଙ୍କର ପ୍ରସବ ପରେ ଜଣେ ସୁଇପର 400 ଟଙ୍କା ନେବାପରେ ଆଦିବାସୀ ମହିଳା ଏହାର ପ୍ରତିବାଦ କରିଥିଲେ । ଏପରିକି ସେ ନିରାଶ ହୋଇ ଟଙ୍କା ଦେବା ପରେ ଘଟଣା ଯାଇ ନୀଳଗିରି ବିଧାୟକଙ୍କ ପାଖରେ ପହଞ୍ଚିଥିଲା ।
ବିଧାୟକ ଆସି ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଏହାର କାର୍ଯ୍ୟାନୁଷ୍ଠାନ ଦାବି ନେଇ ବାଲେଶ୍ଵର ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ