ETV Bharat / city

ମାମଲା ସମାଧାନ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ସରପଞ୍ଚ - ତେଣ୍ଟେଇ ପଞ୍ଚାୟତ ସରପଞ୍ଚଙ୍କୁ ଆକ୍ରମଣ

ବାଲେଶ୍ବର ଜିଲ୍ଲା ତେଣ୍ଟେଇ ପଞ୍ଚାୟତ ସରପଞ୍ଚଙ୍କୁ ଲୁହା ରଡ଼ରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ତେଣ୍ଟେଇ ପଞ୍ଚାୟତ ସରପଞ୍ଚଙ୍କୁ ଲୁହାରଡ଼ରେ ଆକ୍ରମଣ

author img

By

Published : Dec 16, 2021, 1:04 PM IST

ବାଲେଶ୍ବର: ଜିଲ୍ଲା ସୋର ଥାନା ତେଣ୍ଟେଇ ପଞ୍ଚାୟତର ସରପଞ୍ଚ ପ୍ରଫୁଲ ମହାନ୍ତିଙ୍କୁ ଜଣେ ଯୁବକ ଲୁହାରଡ଼ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେପଟେ ଆକ୍ରମଣକାରୀଙ୍କୁ ସ୍ଥାନୀୟ ଲୋକେ କାବୁ କରି ଥାନାରେ ଜିମା ଦେଇଛନ୍ତି ।

ସରପଞ୍ଚ ଗୁରୁତର ଆହତ ହୋଇ ପ୍ରଥମେ ଅନନ୍ତପୁର ମେଡିକାଲ ପରେ ବାଲେଶ୍ବର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡି଼ଛି । ଅଭିଯୋଗ ଅନୁସାରେ ବୁଧବାର ସନ୍ଧ୍ୟା ସମୟରେ ସରପଞ୍ଚ ଗାଁର ଗୋଟିଏ ଘଟଣାର ସମାଧାନ କରିଥିଲେ। ତେଣ୍ଟେଇ ଛକରେ ସେହି ଗାଁର କାଶୀନାଥ ମଳିକଙ୍କ ପୁଅ ଶ୍ରୀଧର ମଳିକ ଗୋଟିଏ ରଡ଼ରେ ସରପଞ୍ଚଙ୍କ ମୁଣ୍ଡକୁ ପିଟି ଦେଇଥିଲା ।

ତେଣ୍ଟେଇ ପଞ୍ଚାୟତ ସରପଞ୍ଚଙ୍କୁ ଲୁହାରଡ଼ରେ ଆକ୍ରମଣ

ଘଟଣା ଘଟିବା ସ୍ଥାନରେ ନିକଟରେ ଥିବା ଲୋକମାନେ ତୁରନ୍ତ ଅନନ୍ତପୁର ମେଡିକାଲକୁ ନେଇଥିଲେ । ଆକ୍ରମଣର ଶିକାର ହୋଇଥିବା ସରପଞ୍ଚ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଥିବା ବେଳେ ଆକ୍ରମଣକାରୀ ଯୁବକ ଶ୍ରୀଧରକୁ ଗ୍ରାମବାସୀ କାବୁ କରି ଥାନାର ଜିମା ଦେଇଥିବା ଜଣାପଡି଼ଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.