ETV Bharat / city

ମମିତା ହତ୍ୟାକାଣ୍ଡ ଘଟଣା, ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଜିଲ୍ଲା ବିଜେପିର ବିକ୍ଷୋଭ

author img

By

Published : Oct 27, 2021, 6:09 PM IST

ବାଲେଶ୍ବର ଜିଲ୍ଲା ମହିଳା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ...

ମମିତା ମେହେର ହତ୍ୟା କାଣ୍ଡ ଘଟଣା, ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଜିଲ୍ଲା ବିଜେପିର ବିକ୍ଷୋଭ

ବାଲେଶ୍ଵର: ଜୋର ଧରିଛି ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଏନେଇ ବାଲେଶ୍ବର ଜିଲ୍ଲା ବିଜେପି ପକ୍ଷରୁ କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣାକୁ କେନ୍ଦ୍ର କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା । ତେବେ ବିଜେପି ପକ୍ଷରୁ ଏସପି ଅଫିସ ଆଗରେ ବିକ୍ଷୋଭ କରିବା ସହ ଏହି ଘଟଣାରେ ଗିରଫ ଅଭିଯୁକ୍ତ ଗୋବିନ୍ଦ ସାହୁ ଏକାକୀ ଜଡିତ ନୁହଁନ୍ତି ବରଂ ଏଥିରେ ଏକାଧିକ ବ୍ୟକ୍ତି ଜଡିତ ଅଛନ୍ତି ବୋଲି ଅଭିଯୋଗ କରାଯାଇଛି ।

ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟୀ କରାଯିବା ସହ ତାଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି କରିଛି ବିଜେପି । ତେବେ ମମିତାଙ୍କୁ ହତ୍ୟା ଓ ପରେ ତାଙ୍କ ମୃତଦେହକୁ ପୋତିବା ପାଇଁ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବାରୁ କେବଳ ଗୋବିନ୍ଦ ସାହୁଙ୍କୁ ଗିରଫ କରି ପୋଲିସ ଚୁପ୍ ବସିଥିବା ନେଇ ଅଭିଯୋଗ କରିଛି ବିଜେପି ।

ସେପଟେ ଆନ୍ଦୋଳନକାରୀମାନେ ଏସପି ଅଫିସ ବ୍ୟାରିକେଡ ଭାଙ୍ଗି ଭିତରେ ଆନ୍ଦୋଳନ କରିଥିବା ଅଭିଯୋଗରେ ସେମାନଙ୍କୁ ସହଦେଵଖୁଣ୍ଟା ଥାନାରେ ଅଟକ ରଖାଯାଇଥିବା ନେଇ ସୂଚନା ମିଳିଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.