ବାଲେଶ୍ଵର: ଜିଲ୍ଲାରେ ଆବାସ ଯୋଜନାରେ ହୋଇଛି ମାଳ ମାଳ ଅନିୟମିତତା ଅଭିଯୋଗ । ଏନେଇ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟରେ ପଦ୍ମପୁର ପଞ୍ଚାୟତବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଘେରାଉ କରିଥିଲେ । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ପ୍ରତିବାଦରେ ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବ୍ଲକ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସେପଟେ ପଦ୍ମପୁର ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ ପାଇଁ ପିଇଓଙ୍କ ସମେତ ୫ ଜଣିଆ ଟିମ୍ ଯାଇଥିବାବେଳେ ଆବାସ ଯୋଜନାରୁ ବାଦ ପଡିବା ପାଇଁ ସେମାନେ ହିଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ