ବାଲେଶ୍ବର: ନିର୍ମାଣ ଚାଲୁଥିବା ସମୟରେ ପାଚେରୀ ଭୁଶୁଡି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା । ଏଥିସହ 3 ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି । ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜେଲ ପଛପଟେ ନୂତନ ଭାବେ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଥିଲା । ସେଠାରେ ଡ୍ରେନ ନିର୍ମାଣ ପାଇଁ ଗାତ ଖୋଳିବା ସମୟରେ ହଠାତ ପାଚେରୀ ଭୁଶୁଡି ପଡିଥିଲା । ଫଳରେ କାର୍ଯ୍ୟରତ 4 ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ମାତ୍ର ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଛନ୍ତି ଡାକ୍ତର । ଗୁରୁତର ଶ୍ରମିକ ଜଣଙ୍କ ରଞ୍ଜନ କୁମାର ସିଂ ବୋଲି ଜଣାପଡିଛି । ଘଟଣାସ୍ଥଳରେ ସଦର ବିଧାୟକ ସ୍ୱରୂପ ଦାସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ