ETV Bharat / city

ଅନ୍ଧବିଶ୍ବାସରେ ବୋହୂକୁ ଆଖି ବୁଜା ମାଡ - ବାଲେଶ୍ବର ଖଇରା ଥାନା

ବାଲେଶ୍ବର ଖଇରା ଥାନା ଅର୍ଜୁନପୁର ଗ୍ରାମରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ବୋହୂକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଶାଶୁଘର ଲୋକେ । ସମ୍ପୂର୍ଣ୍ଣ ପଢନ୍ତୁ...

ୋୋ
ଅନ୍ଧବିଶ୍ବାସରେ ବୋହୂକୁ ଆଖି ବୁଜା ମାଡ
author img

By

Published : Mar 9, 2020, 6:45 PM IST

ବାଲେଶ୍ଵର: ପିଛା ଛାଡୁନି ଅନ୍ଧବିଶ୍ବାସ । ପୁଣି ଏମିତି ଏକ ଘଟଣା ସାମନାକୁ ଆସିଛି ଯେଉଁଠି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ବୋହୂକୁ ଶାଶୁଘର ଲୋକେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ବାଲେଶ୍ବର ଖଇରା ଥାନା ଅର୍ଜୁନପୁର ଗ୍ରାମରେ । ଗୁରୁତର ମହିଳାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅନ୍ଧବିଶ୍ବାସରେ ବୋହୂକୁ ଆଖି ବୁଜା ମାଡ

ମହିଳାଙ୍କ ଅଭିଯୋଗ ଅନୁସାରେ, ରବିବାର ଦିନ ଗ୍ରାମର ଚିନ୍ମୟୀ ଜେନାଙ୍କ ଶାଶୁଘର ଲୋକ ଅନ୍ଧବିଶ୍ବାସରେ କବଳିତ ହୋଇ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ । କାଳୀସି ଲାଗିବା ବାହାନାରେ ମହିଳାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ପକାଇଥିଲେ । ଗାଁ ଦାଣ୍ଡରେ ମହିଳାଙ୍କ ଚୁଟି ଧରି ଘୋଷାଡି ଘୋଷାଡି ନେଇଥିବା ମଧ୍ୟ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ମହିଳା ସମିତିର କିଛି ମହିଳାମାନେ ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ତେବେ ଏହା ପ୍ରଥମଥର ନୁହେଁ ପୂର୍ବରୁ ମଧ୍ୟ ମହିଳାଙ୍କୁ ଶାଶୁଘର ଲୋକେ ଗୁଣି ଗାରେଡି କରୁଥିବା ସନ୍ଦେହ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏନେଇ ଖଇରା ଥାନାରେ ମହିଳା ଜଣଙ୍କ ୮ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି । ସେମାନଙ୍କ ମଧ୍ୟରୁ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ମେଡିକାଲ ପରିସରରେ ଥିବା ୱାନ ଷ୍ଟପ ସେଣ୍ଟରର ଭୂମିକା ଓ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି ବାଲେଶ୍ବର ଜିଲ୍ଲା ନାରୀସଙ୍ଘ । ସେପଟେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ନାରୀ ସଙ୍ଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇିଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.