ETV Bharat / city

ଅବହେଳିତ ଭାରତର ଦ୍ବିତୀୟ ଦାଣ୍ଡି ଇଞ୍ଚୁଡି; ଯେଉଁଠି ଶୁଭିଥିଲା ଆତ୍ମନିର୍ଭରତାର ଆହ୍ବାନ - Salt satyagrah

ବିଦେଶୀ ସାମଗ୍ରୀ ବର୍ଜନ ଏକ ମୁଖସାକ୍ଷୀ ବାଲେଶ୍ବରର ଏହି ଇଞ୍ଚୁଡି ମାଟି । ଯେଉଁଠି ପ୍ରଥମେ ଶୁଭିଥିଲା ଆତ୍ମନିର୍ଭରଶୀଳତାର ଆହ୍ବାନ । ହେଲେ ଆଜି ଅବହେଳିତ ଅବସ୍ଥାରେ ପଡିଛି ସଂଗ୍ରାମୀଙ୍କ ଗାରିମାର କଥା । ପର୍ଯ୍ୟଟନର ମାନ୍ୟତା ସତ୍ତ୍ବେ ବିକାଶର ବହୁ ପଛରେ ଇଞ୍ଚୁଡି । ଅଧିକ ପଢନ୍ତୁ...

ଅବହେଳିତ ଭାରତର ଦ୍ବିତୀୟ ଦାଣ୍ଡି ଇଞ୍ଚୁଡି
ଅବହେଳିତ ଭାରତର ଦ୍ବିତୀୟ ଦାଣ୍ଡି ଇଞ୍ଚୁଡି
author img

By

Published : Apr 13, 2021, 8:04 PM IST

ବାଲେଶ୍ବର: ଗାନ୍ଧୀଙ୍କ ଆହ୍ବାନ କ୍ରମେ ଇଞ୍ଚୁଡିରେ ହୋଇଥିଲା ଲବଣ ସତ୍ୟାଗ୍ରହ । ଯାହାକୁ ଭାରତର ଦ୍ବିତୀୟ ଦାଣ୍ଡି ବୋଲି କୁହାଯାଏ। ବ୍ରିଟିଶ ସରକାରଙ୍କ ବିରୋଧ ଆରମ୍ଭ ହୋଇଥିବା ଆଇନ ଅମାନ୍ୟ ଆନ୍ଦୋଳନ ପରିଣତ ହୋଇଥିଲା ଲବଣ ସତ୍ୟାଗ୍ରହରେ । ସାରା ଭାରତରେ ଲବଣ ସତ୍ୟାଗ୍ରହ ଆଲୋଡନ ସୃଷ୍ଟି କରିଥିବା ବେଳେ ଇଞ୍ଚୁଡି ଲୁଣ ମାରିଥିଲେ ଉତ୍କଳ ବିପ୍ଲବୀ । ଗୋରାଙ୍କ ଗୁଳିଗୁଳା, ଅବିଶ୍ରାନ୍ତ ଲାଠି ମାଡ କିମ୍ବା ଗିରଫଦାରୀକୁ ସଂଗ୍ରାମୀଙ୍କ ପକାଇ ନଥିଲା କୌଣସି ପ୍ରଭାବ । ଏହି ସତ୍ୟାଗ୍ରହରେ ସାମିଲ ହୋଇଥିଲେ 60 ହାଜରରୁ ଅଧିକ ସତ୍ୟାଗ୍ରହୀ । ଯାହାର ମୁକସାଖୀ ଇଞ୍ଚୁଡିରେ ଥିବା ସ୍ମୃତି ସ୍ତମ୍ଭ ହିଁ କହେ । ଯେଉଁ ଇଞ୍ଚୁଡି ପିଢି ପରେ ପିଢିଙ୍କୁ ବିଦେଶୀ ବର୍ଜନ କରି ଆତ୍ମନିର୍ଭର ହେବାର ଶିକ୍ଷା ଦିଏ ତାହା ଆଜି ଅବହେଳିତ ।

ଅବହେଳିତ ଭାରତର ଦ୍ବିତୀୟ ଦାଣ୍ଡି ଇଞ୍ଚୁଡି; ଯେଉଁଠି ଶୁଭିଥିଲା ଆତ୍ମ ନିର୍ଭରତାର ଆହ୍ବାନ

ଯେତେବେଳେ ବ୍ରିଟିଶ ସରକାର ଭାରତର ପ୍ରସ୍ତୁତ ଲୁଣ ବ୍ୟବହାର ନ କରିବାକୁ ଆଦେଶ ଦେବା ପରେ ଆରମ୍ଭ ହୋଇଥିଲା ଲବଣ ସତ୍ୟାଗ୍ରହ । ବିଟ୍ରିଶ ସରକାରର କୌଣସି କଥା ମାନିବାକୁ ଗାନ୍ଧୀ କୁଟି ଖାଇ କାଟି ଖାଇବାର ଆହ୍ବାନ ଦେଇଥିଲେ ମହାତ୍ମା ଗାନ୍ଧୀ । 1930 ମସିହା ମାର୍ଚ୍ଚ 12ରେ ଗୁଜୁରାଟର ଦାଣ୍ଡି ଠାରେ ଆରମ୍ଭ ହୋଇଥିଲା ଲବଣ ସତ୍ୟାଗ୍ରହ । ଓଡିଶାରେ ଲବଣ ସତ୍ୟାଗ୍ରହର ନେତୃତ୍ବ ନେଇଥିଲେ ଗୋପବନ୍ଧୁ ଚୌଧୁରୀ । ତାଙ୍କ ଅଧୀନରେ ସେହି ମସିହା ମାର୍ଚ୍ଚ 16ରେ କଟକ କାଠଯୋଡି ନଈ ପଠା ନିକଟରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ସଭା । ଯେଉଁଥିରେ ବାଲେଶ୍ବରରୁ 17 ଜଣ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ହରେକୃଷ୍ଣ ମହତାବ, ସର୍ଦ୍ଦାର ସୁରେନ୍ଦ୍ର ନାଥ ଦାସ ଓ କୈଳାସ ଚନ୍ଦ୍ର ଇଞ୍ଚୁଡିରେ ସତ୍ୟାଗ୍ରହ କରିବାକୁ ପ୍ରସ୍ତାବ ଦେଇଥିଲେ ।

ଇଞ୍ଚୁଡିର 750 ଏକରରୁ ଊର୍ଦ୍ଧ୍ବ ଲୁଣାଜଳ ପ୍ଲାବିତ ଚଟଣା ଥିଲା । ଏଠାକୁ ପୋଲିସ ଆସିବା କୌଣସି ରାସ୍ତାଘାଟ ନଥିବାରୁ ଏଠାରେ ହିଁ ଲୁଣ ମରା ଅଭିଯାନ କରାଯାଇଥିଲା । କଟକ ଗୁଣନିଧି ଭବନରୁ ଏପ୍ରିଲ 6 ରେ 21 ଜଣ ସତ୍ୟାଗ୍ରହୀ ପଦଯାତ୍ରାରେ ଚାନ୍ଦବାଲି ରାସ୍ତା ଦେଇ ଇଞ୍ଚୁଡି ବାହାରିଥିଲେ । ଏହି ସମୟରେ କଟକ ଚାନ୍ଦୋଳରେ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରି ନେଲେ ପୋଲିସ । ଯାହା ପରେ ଆଚାର୍ଯ୍ୟ ହରିହର ଦାସ ଏହାର ନେତୃତ୍ବ ନେବା ସହ କଟକରୁ ଟ୍ରେନ ଯୋଗେ ବାଲେଶ୍ବର ଅଭିମୁଖେ ବାହାରିଥିଲେ । ଯାଜପୁରରୁ ଅନ୍ୟ ଏକ ଦଳକୁ ଉକ୍ତ ଟ୍ରେନରେ ପାଇଁ ସନ୍ଦେଶ ଦିଆଯାଇଥିଲା ।

1930 ଅପ୍ରେଲ 12 ତାରିଖରେ ଆଚାର୍ଯ୍ୟ ହରିହର ଦାସଙ୍କ ସମେତ ଗୋଲକନାଥ ଦେ, ବିନୋଦ ଚୌଧୁରୀଙ୍କ ଭଳି ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ପଦଯାତ୍ରାରେ ଇଞ୍ଚୁଡି ଅଭିମୁଖେ ବାହାରିଥିଲେ। ତୁଣ୍ଡୁରା ଠାରେ ଏକ ଅସ୍ଥାୟୀ ଶିବିରରେ ରାତ୍ରିଯାପନ କରିବା ପରେ 13 ତାରିଖ ସକାଳେ ଇଞ୍ଚୁଡିରେ ପହଞ୍ଚିଥିଲେ। 13 ତାରିଖ ବିଷୁବ ସଂକ୍ରାନ୍ତି ଦିନ ଲୁଣ ମାରିବା ପାଇଁ ଚାଟିପଦାରେ ସମସ୍ତ ପ୍ରସ୍ତୁତି ହୋଇଥିଲା ।

ପ୍ରଥମେ ମରାଯାଇଥିବା ଲୁଣ ପୁରୀରେ 12ଶହ ଟଙ୍କାରେ ନିଲାମ କରାଯାଇଥିଲା । 14 ତାରିଖରେ ବ୍ରିଟିଶ ପୋଲିସ ଆଚାର୍ଯ୍ୟ ହରିହର ଦାସ ଓ କୈଳାସ ଦାସଙ୍କୁ ଗିରଫ କରିଥିଲା। ସେହିପରି 18 ତାରିଖରେ ହରେକୃଷ୍ଣ ମହତାବଙ୍କୁ ପୋଲିସ ଗିରଫ କରି ନେଲା । ତଥାପି ଲୁଣ ମରା ଅଭିଯାନ ଜାରି ରହିଥିଲା । ପ୍ରାୟ 6 ମାସରୁ ଉର୍ଦ୍ଧ୍ଵ ଦିନ ଧରି ଲୁଣ ମରାଯାଇଥିଲା।

ଅନ୍ୟପଟେ, ବୀର ପୁରୁଷଙ୍କ ବିରତ୍ବର ଗାଥା ଓ ଗାରିମାକୁ ବଖାଣୁ ଥିବା ସ୍ମୃତି ସ୍ତମ୍ଭ ଏବେ ଜରାଜୀର୍ଣ୍ଣ ।ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି ମହାପୁରୁଷଙ୍କ ସ୍ମୃତି । 2003ରେ ଇଞ୍ଚୁଡିକୁ ପର୍ଯ୍ୟଟନର ମାନ୍ୟତା ମିଳିବା ପରେ ମଧ୍ୟ ବିକାଶ ଅପହଞ୍ଚ। ଲୁଣ ମରାଯାଉଥିବା ସ୍ଥାନକୁ ଜବରଦଖଲ କରାଯାଇ ଚୁଙ୍ଗୁଡି ଘେରାରେ ପରିଣତ ହୋଇଛି। ଆଉ ସରକାରୀ ଉଦାସୀନତା ପାଇଁ ଆଜି ଏହି ପର୍ଯ୍ୟଟନସ୍ଥଳୀ ପାଲଟିଛି କେବଳ ଗୋଟିଏ ଅନୁନ୍ନତ ସ୍ଥାନ ।

ସାବରମତୀ ଆଶ୍ରମରୁ ମାର୍ଚ୍ଚ 12 ତାରିଖରେ ବାହାରିଥିଲା ଦାଣ୍ଡିଯାତ୍ରା । ସ୍ବାଧୀନତାର 75 ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତର ଇଞ୍ଚୁଡି ସମେତ 75ଟି ସ୍ଥାନରେ ପାଳନ ହେଉଛି ଏହି ମହୋତ୍ସବ। ହେଲେ ଏ ଭିତରେ ଇଞ୍ଚୁଡି ହରାଇବାକୁ ବସିଛି ନିଜର ଅସ୍ତିତ୍ବ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.