ETV Bharat / city

ଚାନ୍ଦିପୁରରୁ Prithvi-IIର ସଫଳ ପରୀକ୍ଷଣ

ସଫଳ ପରୀକ୍ଷଣ ହେଲା ବାଲେଷ୍ଟିକ ମିସାଇଲ ପୃଥ୍ବୀ -୨(Prithvi-II) । ଏହା ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ଗତକାଲି(ବୁଧବାର) ସନ୍ଧ୍ୟା ୭ଟା୩୦ ମିନିଟ ସମୟରେ ପରୀକ୍ଷଣ କରାଯାଇଥିଲା । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ଚାନ୍ଦିପୁରରୁ Prithvi-IIର ସଫଳ ପରୀକ୍ଷଣ
ଚାନ୍ଦିପୁରରୁ Prithvi-IIର ସଫଳ ପରୀକ୍ଷଣ
author img

By

Published : Jun 16, 2022, 10:41 AM IST

ବାଲେଶ୍ବର: ସଫଳ ପରୀକ୍ଷଣ ହେଲା ବାଲେଷ୍ଟିକ ମିସାଇଲ ପୃଥ୍ବୀ -୨(Prithvi-II) । ଏହା ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ଗତକାଲି(ବୁଧବାର)ସନ୍ଧ୍ୟା ୭ଟା୩୦ ମିନିଟ ସମୟରେ ପରୀକ୍ଷଣ କରାଯାଇଥିଲା । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପୃଥ୍ବୀ -୨ ସ୍ବଦେଶ ଜ୍ଞାନକୌଶଳରେ ନିର୍ମିତ ହୋଇଥିବାବେଳେ, ଏହାର ଲକ୍ଷ୍ୟଭେଦ କ୍ଷମତା ୩୫୦ କିଲୋମିଟର ରହିଛି ।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, "୨୦୨୨ ଜୁନ ୧୫ ତାରଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ୭ଟା ୩୦ ମିନିଟ ସମୟରେ ପରୀକ୍ଷଣ କରାଯାଇଥିଲା ।" ଅତ୍ୟାଧୁନିକ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଙ୍ଗ ସିଷ୍ଟମ ଦ୍ବାରା ଏହା କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା । ଉତକ୍ଷେପଣ ହେବାର ନିର୍ଦ୍ଧାରିତ ସମୟରେ ଏହା ଲକ୍ଷ୍ୟଭେଦ କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.