ETV Bharat / city

MRSAMର ଦୁଇ ରାଉଣ୍ଡ ସଫଳ ପରୀକ୍ଷଣ - ଏମଆରଏସଏଏମର ଦୁଇ ରାଉଣ୍ଡ ସଫଳ ପରୀକ୍ଷଣ

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପରୀକ୍ଷା ହେଲା ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର MRSAMର ଦୁଇଟି ରାଉଣ୍ଡ । ଆଜି ପୂର୍ବାହ୍ନ 10ଟା 14 ମିନିଟ୍‌ରେ ପ୍ରଥମ ରାଉଣ୍ଡ 3ନଂ ଲଞ୍ଚପ୍ୟାଡ଼ରୁ କରାଯାଇଥିବାବେଳେ, ଦ୍ବିତୀୟ ରାଉଣ୍ଡ 11ଟା 03 ମିନିଟରେ ଉତ୍‌କ୍ଷେପଣ କରାଯାଇଛି । ଅଧିକ ପଢନ୍ତୁ

MRSAMର ଦୁଇ ରାଉଣ୍ଡ ସଫଳ ପରୀକ୍ଷଣ
MRSAMର ଦୁଇ ରାଉଣ୍ଡ ସଫଳ ପରୀକ୍ଷଣ
author img

By

Published : Mar 30, 2022, 12:19 PM IST

ବାଲେଶ୍ୱର: MRSAMର ଦୁଇ ରାଉଣ୍ଡ ସଫଳ ପରୀକ୍ଷଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପରୀକ୍ଷା ହେଲା ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର MRSAMର ଦୁଇଟି ରାଉଣ୍ଡ । ଆଜି ପୂର୍ବାହ୍ନ 10ଟା 14 ମିନିଟ୍‌ରେ ପ୍ରଥମ ରାଉଣ୍ଡ 3ନଂ ଲଞ୍ଚପ୍ୟାଡ଼ରୁ କରାଯାଇ ଥିବାବେଳେ ଦ୍ବିତୀୟ ରାଉଣ୍ଡ 11ଟା 03 ମିନିଟରେ ଉତ୍‌କ୍ଷେପଣ କରାଯାଇଛି । ଉତ୍‌କ୍ଷେପଣ ସମୟରେ ସ୍ଥିରିକୃତ କରାଯାଇଥିବା ସମସ୍ତ ଦିଗ, ଗତି ଓ ଟାର୍ଗେଟ୍‌କୁ ସଠିକ ଭାବେ ଏହି ମିସାଇଲ ଛୁଇଁଥିବା ଜଣାପଡିଛି।

ଡିଆରଡିଓ ଓ ଇସ୍ରାଇଲର ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଥିବା MRSAM କ୍ଷେପଣାସ୍ତ୍ର 70 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହା ବାୟୁମଣ୍ଡଳର 16 କିଲୋମିଟର ଉପରେ ଶବ୍ଦର ଗତି ଠାରୁ 2 ଗୁଣ ଅଧିକ ବେଗରେ ଗତି କରିପାରିବ । ଏଥିରେ 60 କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । MRSAMର ଓଜନ 275 କିଲୋଗ୍ରାମ, ଲମ୍ବ 4.5 ମିଟର ଓ ମୋଟେଇ 0.225 ମିଟର । ଏଥିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସଲିଡ଼ ପ୍ରପୋଲାଣ୍ଟ ରକେଟ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଇଛି ।

ଏହି ପରୀକ୍ଷା ପାଇଁ ସ୍ଥାନୀୟ ଖଡ଼ୁପାହି, କୁସୁମୁଳିପାହି, ଭୀମପୁରପାହି, ତୁଣ୍ଡୁରାପାହି, ଜୟଦେବକସବାପାହି ଓ ସାହାଜାନଗରପାହିର ମୋଟ 7ହଜାର ଲୋକଙ୍କୁ ଖଡ଼ୁପାହି ସ୍କୁଲ, ତୁଣ୍ଡୁରା ଓ ଜୟଦେବକସବାପାହି ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଗତ 27 ତାରିଖରେ MRSAM କ୍ଷେପଣାସ୍ତ୍ରକୁ ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା । 3ନଂ ଲଞ୍ଚପ୍ୟାଡ଼ରୁ ଏହା ପରୀକ୍ଷଣ ହୋଇଛି । ସଫଳ ଉତ୍‌କ୍ଷେପଣ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.