ବାଲେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶିତ ପରେ ଏହାକୁ ନେଇ ଜଣେ ଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଅଭିଯୋଗ ଅନୁସାରେ, ଛାତ୍ରୀ ଯସ୍ମୀନ ରାଉତ ପରୀକ୍ଷାରେ ସର୍ବାଧିକ ୮୦.୬୮ ପ୍ରତିଶତ ମାର୍କ ରଖିଛନ୍ତି । ଯାହାକି ଅନ୍ୟ ପିଲାମାନଙ୍କ ତୁଳନାରେ ଅଧିକ । ମାତ୍ର ତାଙ୍କୁ କଲେଜ ଟପ୍ପର ଘୋଷଣା କରିବା ବଦଳରେ ତାଙ୍କଠୁ କମ ମାର୍କ ରଖିଥିବା ପିଲାଙ୍କୁ ଟପ୍ପର ଘୋଷଣା କରାଯାଇଛି ।
ଅନ୍ୟପଟେ ଯସ୍ମୀନ ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ବ୍ୟକ୍ତିଗତ କାରଣରୁ ଦେଇ ପାରି ନଥିବାରୁ କଲେଜର ନିୟମ ଓ ଗାଇଡ ଲାଇନ ଅନୁସାରେ ତାଙ୍କ ନାଁ ଟପ୍ପର ଲିଷ୍ଟରେ ନଥିବା ସୂଚନା ମିଳିଛି ।
ଏହାକୁ ନେଇ ଯସ୍ମୀନ କଲେଜ କର୍ତ୍ତୃପକ୍ଷ ପୁନଃବିଚାର କରିବା ପାଇଁ ଅନୁରୋଧ କରିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ