ବାଲେଶ୍ଵର: ଜିଲ୍ଲା ଅବକାରୀ ବିଭାଗକୁ ସଫଳତା । ପଶ୍ଚିମବଙ୍ଗ, ଝାଡଖଣ୍ଡ ଅଞ୍ଚଳରୁ ବେଆଇନ ଜିଞ୍ଜର ମଦ ଓଡିଶାକୁ ଆସୁଥିବା ବେଳେ ଚଢ଼ାଉ କଲା ଅବକାରୀ ବିଭାଗର ମୋବାଇଲ ଟିମ(Excise Department Mobile Team ) । ବିପୁଳ ପରିମାଣର ଜିଞ୍ଜର ମଦ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏଥି ସହ ଜିଞ୍ଜର ମଦ ଭର୍ତ୍ତି ଏକ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଆଗକୁ ଧାମନଗର ଉପନିର୍ବାଚନ ଥିବାରୁ ଏହି ସମୟରେ ମଦ ମାଫିଆମାନେ ସକ୍ରିୟ ହୋଇଥାନ୍ତି, ଏଥିପାଇଁ ସେମାନଙ୍କ ଉପରେ ନଜର ରଖିବାକୁ ଅବକାରୀ ବିଭାଗକୁ ଉପରିସ୍ଥ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଅବକାରୀ ବିଭାଗ ତତ୍ପର ହୋଇଛି । ତେବେ ପଶ୍ଚିମବଙ୍ଗ, ଝାଡଖଣ୍ଡ ଅଞ୍ଚଳରୁ ବେଆଇନ ଜିଞ୍ଜର ମଦ ଏକ ଭ୍ୟାନରେ ଭର୍ତ୍ତି ହୋଇ ଓଡିଶା ଆସୁଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଜିଲ୍ଲା ଅବକାରୀ ବିଭାଗ ।
ଏହାପରେ ଅବକାରୀ ବିଭାଗର ମୋବାଇଲ ଟିମ ରାଜପଥରେ ଏକ ଭ୍ୟାନ ଯାଉଥିବା ବେଳେ ଯାଞ୍ଚ କରିଥିଲା । ଏହାପରେ ଭ୍ୟାନରେ ବିପୁଳ ପରିମାଣର ଜିଞ୍ଜର ମଦ ଥିବା ଜାଣିବାକୁ ପାଇଥିଲା ମୋବାଇଲ ଟିମ । ତେବେ ଜବତ ବେଆଇନ ଜିଞ୍ଜର ମଦ ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ଆସିଥିବାବେଳେ ବେପାରୀମାନେ ସୋର ଓ ଭଦ୍ରକ ଅଞ୍ଚଳକୁ ପଠାଇଥାନ୍ତେ । ଚଢ଼ାଉରେ ମୋଟ ୫ଶହ ବୋତଲ ଜିଞ୍ଜର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ । ଗିରଫ ଦୁଇଜଣ ସୋର ଅଞ୍ଚଳର ସଞ୍ଜୟ ମଲ୍ଲିକ ଓ ନିରଞ୍ଜନ ମଲ୍ଲିକ ।
ଏହା ମଦ୍ୟ ପଢନ୍ତୁ-ବାଲି ମାଫିଆଙ୍କ ଗୁଣ୍ଡାରାଜ, ଚଢାଉବେଳେ ଅତିରିକ୍ତ ତହସିଲଦାର ଓ ଆର୍ଆଇଙ୍କୁ ଆକ୍ରମଣ
ମୋବାଇଲ ୟୁନିଟ ଇନ୍ସପେକ୍ଟର ଗାଲୁରାମ ସୋରେନ କହିଛନ୍ତି ଯେ, ''ଏନେଇ ଯେହେତୁ ଆଗକୁ ଭଦ୍ରକରେ ଉପନିର୍ବାଚନ ହେବାକୁ ଯାଉଛି, ଏନେଇ ନିଶାକାରବାର ଉପରେ ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି, ଏଥିପାଇଁ ବଡରିଂ ଏରିଆରେ ଚେକ୍ କରାଯିବା ସହ ରେଡ କରାଯିବାକୁ କୁହାଯାଇଛି । ତେବେ ରବିବାର ପଶ୍ଟିମବଙ୍ଗରୁ ଭଦ୍ରକ ଓ ସୋରକୁ ଜିଞ୍ଜର ମଦ ଚାଲାଣ ହେଉଥିବା ନେଇ ଆମକୁ ବିଶେଷ ସୁତ୍ରରୁ ଖବର ମିଳିଥିଲା, ଏହି ଖବର ମିଳିବା ପରେ ଆମେ ରେଡ କରିଥିଲ, ଗୋଟିଏ ଭ୍ୟାନରୁ ୫ଶହ ବୋତଲ ବେଆଇନ ଜିଞ୍ଜର ମଦ ଜବତ ହୋଇଛି, ଏଥି ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି, ଦୁଇ ଅଭିଯୁକ୍ତ ହେଉଛନ୍ତି ସୋର ଅଞ୍ଚଳର ।"