ETV Bharat / city

ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ - balasore sadara former mla gop narayan das

ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ

ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସ
ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସ
author img

By

Published : Sep 15, 2022, 11:14 AM IST

Updated : Sep 15, 2022, 1:20 PM IST

ବାଲେଶ୍ଵର: ଆଉ ନାହାନ୍ତି ପୂର୍ବତନ ବିଧାୟକ ଗୋପନାରାୟଣ ଦାସ । 74 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କୁ ପରିବାର ଲୋକେ କଟକ ବଡ଼ ମେଡିକାଲ ନେଉଥିଲେ । କିନ୍ତୁ ଅଧା ବାଟରେ ତାଙ୍କର ବିୟୋଗ ହୋଇଛି । ଗୋପନାରାୟଣଙ୍କ ବିୟୋଗରେ ପରିବାରରେ ଶୋକର ଛାୟା ଖେଳି ଯାଇଛି ।

ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ

ତାଙ୍କ ମରଶରୀର ବାଲେଶ୍ଵର ଗୋପାଳ ଗାଁ ସ୍ଥିତ ବାସଭବନରେ ପହଁଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି । ସ୍ୱର୍ଗତ ଗୋପନାରାୟଣ ଦାସ 1985 ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଜଣେ କାଉନସିଲରରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଗୋପ ନାରାୟଣ ଦାସ । ୧୯୭୩ ମସିହାରେ ପ୍ରଥମେ ଗୋପାଳ ଗାଁର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । 1980ରୁ 1985 ସଦର ବ୍ଲକ ଚେୟାର ମ୍ୟାନ ଭାବେ ଦାୟିତ୍ଵ ତୁଲାଇଥିଲେ।

ଏହା ବି ପଢନ୍ତୁ...ଚାର୍ଜସିଟରୁ ହତ୍ୟା ଅଭିଯୁକ୍ତ ନାଁ କାଟିଲା ପୋଲିସ ! ଜିଲ୍ଲା ଦୌରାଜଜଙ୍କୁ ଗୁହାରି କଲେ ମାହାଙ୍ଗା ଦମ୍ପତି

ପରବର୍ତ୍ତୀ ସମୟରେ ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସରୁ ପ୍ରତିଦ୍ବନ୍ଦିତା କରି ୧୯୮୫ ରୁ ୯୦ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକ ଭାବେ ଦାୟିତ୍ଵ ତୁଲାଇଥିଲେ । ସେହିଭଳି ବାଲେଶ୍ଵର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ ଦାୟିତ୍ବ ତୁଲାଇବା ସହ କଂଗ୍ରେସ ସରକାର ସମୟରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ମଧ୍ୟ ଚେୟାର ମ୍ୟାନ ଭାବେ ୧୯୯୬ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ । ରାଜନୈତିକ ଜୀବନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଭିନ୍ନ ସଙ୍ଗଠନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିଲେ ଗୋପନାରାୟଣ । ତାଙ୍କ ବିୟୋଗରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Sep 15, 2022, 1:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.