ETV Bharat / city

ମିଠା ଦୋକାନ ଉପରେ ଖାଦ୍ୟ ସୁରକ୍ଷା ଟିମର ଚଢ଼ାଉ, ୧୦କେଜି ବାସି ମିଠା ନଷ୍ଟ - ମିଠା ଦୋକାନ ଉପରେ ଚଢାଉ

ଆଗକୁ ଆସୁଛି ଦୂର୍ଗା ପୂଜା । ଏହାକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ଼ରେ ଖାଦ୍ୟ ସୁରକ୍ଷା ଟିମ । ଜିଲ୍ଲାର କିଛି ମିଠା ଦୋକାନ ବୁଲି ପ୍ରାୟ ୧୦ କେଜି ବାସି ମିଠା ନଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

ମିଠା ଦୋକାନ ଉପରେ ଖାଦ୍ୟ ସୁରକ୍ଷା ଟିମର ଚଢ଼ାଉ, ୧୦କେଜି ବାସୀ ମିଠା ନଷ୍ଟ

author img

By

Published : Oct 11, 2021, 10:27 PM IST

ବାଲେଶ୍ବର: ଜିଲ୍ଲାରେ ଆକ୍ସନ ମୋଡ଼ରେ ଖାଦ୍ୟ ସୁରକ୍ଷା ଟିମ । ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଆଜି(ସୋମବାର) ଜିଲ୍ଲାର ଅନେକ ଅଞ୍ଚଳରେ ଥିବା ମିଠା ଦୋକାନରେ ଚଢାଉ କରିଛି ଟିମ । ଦୋକାନରେ ଥିବା ବାସି ମିଠା ନଷ୍ଟ କରିବା ସହ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।

ମିଠା ଦୋକାନ ଉପରେ ଖାଦ୍ୟ ସୁରକ୍ଷା ଟିମର ଚଢ଼ାଉ, ୧୦କେଜି ବାସୀ ମିଠା ନଷ୍ଟ
ମିଠା ଦୋକାନ ଉପରେ ଖାଦ୍ୟ ସୁରକ୍ଷା ଟିମର ଚଢ଼ାଉ, ୧୦କେଜି ବାସୀ ମିଠା ନଷ୍ଟ

ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଖାଦ୍ୟ ସୁରକ୍ଷା ଟିମ ବାହାରି ମୋତିଗଞ୍ଜ, ନୂଆବଜାର, ଫକୀର ମୋହନ ଗୋଲେଇ ଓ କୁରୁଡ଼ା ଛକ ଅଞ୍ଚଳରେ ଥିବା ମିଠା ଦୋକାନରେ ଥିବା ମିଠାର ମାନ ଯାଞ୍ଚ କରିଥିଲା । ଏହି ଯାଞ୍ଚ ସମୟରେ ବିଭିନ୍ନ ଦୋକାନରୁ ପ୍ରାୟ 10 କିଲୋ ବାସି ମିଠା ଜବତ କରାଯାଇ ସେସବୁ ନଷ୍ଟ କରି ଦିଆଯାଇଛି ।

ଦୋକାନୀଙ୍କ ଠାରୁ 4300 ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହାସହ ମିଠା ତିଆରି କରିବାର ତାରିଖ ଲେଖି ମାରିବା ପାଇଁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଅମାନ୍ୟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ଦୋକାନୀଙ୍କୁ ଚେତାବନୀ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.