ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନହରା ଗ୍ରାମରେ ଅଭାବନୀୟ ଘଟଣା । ଧାନ କାଟିବାକୁ ଯାଇ ବିଦ୍ୟୁତ୍ ଆଘାତରେ ଜଣେ ଚାଷୀଙ୍କ ଅକାଳ ବିୟୋଗ ଘଟିଛି ।
ସୂଚନା ଅନୁସାରେ, ଗ୍ରାମର ଶଙ୍କର ଦାସ ସୋମବାର ଅପରାହ୍ନରେ ଗ୍ରାମ ନିକଟସ୍ଥ ଚାଷ ଜମିକୁ ଧାନ କାଟିବାକୁ ଯାଇଥିଲେ । ଏହି ସମୟରେ କୌଣସି କାରଣରୁ ଜମି ଉପର ଦେଇ ଯାଇଥିବା ଏଗାର କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଳେଶ୍ବରର ଏକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ତେବେ ବିଦ୍ୟୁତ୍ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ କମର୍ଦ୍ଦା ଥାନା ପୋଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଆରମ୍ଭ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ