ETV Bharat / city

ଭାଇ ହାତରେ ଚମକିବ ଇକୋ ଫ୍ରେଣ୍ଡଲି ରାକ୍ଷୀ, ଅନଲାଇନରେ ଚାଲିଛି ବିକ୍ରି

author img

By

Published : Jul 11, 2022, 1:45 PM IST

ଭାଇ ଭଉଣୀଙ୍କ ସମ୍ପର୍କକୁ ଯୋଡ଼ିବ ଇକୋ ଫ୍ରେଣ୍ଡଲି ରାକ୍ଷୀ । ବାଲେଶ୍ବରର ଛାତ୍ରୀ ସୁଶ୍ରୀ ତନ୍ମୟୀ ପାଢ଼ୀ ପରିବେଶ ଉପଯୋଗୀ ରାକ୍ଷୀ ତିଆରି କରି ଏବେ ଚର୍ଚ୍ଚାରେ ରହିଛନ୍ତି । ଅନଲାଇନ ମାଧ୍ୟମରେ ରାକ୍ଷୀ ବିକ୍ରି କରିବା ପାଇଁ ଆପଣାଇଛନ୍ତି ଏହି ଉପାୟ । ଦେଖନ୍ତୁ ଆମର ଏହି ରିପୋର୍ଟ ।

eco friendly rakhi made by balasore student tanmayee
ଭାଇ ହାତରେ ଚମକିବ ଇକୋ ଫ୍ରେଣ୍ଡଲି ରାକ୍ଷୀ,ଅନଲାଇନରେ ଚାଲିଛି ବିକ୍ରି

ବାଲେଶ୍ବର: ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣମୀ । ଭଉଣୀ ଭାଇର ପବିତ୍ର ବନ୍ଧନକୁ ବାନ୍ଧି ରଖିବ ରେଶମୀ ସୂତା । ଏହି ଦିନରେ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଶୁଭ ମନାସିବା ସହ ନିଜର ସୁରକ୍ଷା ପାଇଁ ଭାଇ ପାଖରେ ଦାବି ରଖିବ । ସୂତା ଖିଅଟିଏ ହାତରେ ବାନ୍ଧିବା ପରେ ଭାଇ ଭଉଣୀଙ୍କ ଭିତରେ ଥିବା ସେ ଅନାବିଳ ସ୍ନେହ ମମତା ଆହୁରୁ ଦୃଢ଼ ହୋଇଯିବ । ଏହି ଅବସରରେ କିଛିଦିନ ଆଗରୁ ବଜାରରେ ରାକ୍ଷୀ ଦୋକାନର ପସରା ମେଲିଯାଏ । ଫ୍ୟାନ୍ସି ରାକ୍ଷୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ରାକ୍ଷୀ ଆଖିକୁ ବେଶ ଆକର୍ଷିତ କରିଥାଏ । ମାତ୍ର ଚଳିତ ଥର ବାଲେଶ୍ଵରର ଛାତ୍ରୀ ସୁଶ୍ରୀ ତନ୍ମୟୀ ପାଢ଼ୀ ଇକୋ ଫ୍ରେଣ୍ଡଲି ରାକ୍ଷୀ ତିଆରି କରି ଚର୍ଚ୍ଚାରେ ରହିଛନ୍ତି ।

ଭାଇ ହାତରେ ଚମକିବ ଇକୋ ଫ୍ରେଣ୍ଡଲି ରାକ୍ଷୀ

ତନ୍ମୟୀ ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଶେଷବର୍ଷର ଛାତ୍ରୀ । ପିଲାଟି ଦିନରୁ କଳା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି । କିଛି ନୂଆ କରିବାର ପ୍ରୟାସ ତାଙ୍କୁ ଆଜି ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ତନ୍ମୟୀ ପୂର୍ବରୁ କାଗଜରେ ବିଭିନ୍ନ ହାତ ତିଆରି ଘର ସାଜସଜ୍ଜା ସାମଗ୍ରୀ ତିଆରି କରି ଚର୍ଚ୍ଚାରେ ରହିଥିଲେ । ବର୍ତ୍ତମାନ ଇକୋ ଫ୍ରେଣ୍ଡଲି ରାକ୍ଷୀ ତିଆରି କରି ପ୍ରଶଂସା ସାଉଁଟିଛନ୍ତି । ଅଦରକାରୀ ସାମଗ୍ରୀରୁ ତିଆରି କରୁଛନ୍ତି ଆକର୍ଷଣୀୟ ରାକ୍ଷୀ । ଝୋଟ ସୂତା, କାଗଜ ଓ କିଛି ସାଜସଜ୍ଜା ସାମଗ୍ରୀରେ ନିଜ ହାତରେ ରାକ୍ଷୀ ତିଆରି କରୁଛନ୍ତି । ବଜାରରେ ମିଳୁଥିବା ବିଭିନ୍ନ ଚକମକ ରାକ୍ଷୀଠାରୁ ତନ୍ମୟୀଙ୍କ ରାକ୍ଷୀ ଟିକେ ଭିନ୍ନ । ଏଥିରେ କୌଣସୀ କେମିକାଲ ଯୁକ୍ତ ରଙ୍ଗ କିମ୍ବା ପ୍ଲାଷ୍ଟିକର ବ୍ୟବହାର କରାଯାଇନାହିଁ । ପରିବେଶ ଉପଯୋଗୀର ବାର୍ତ୍ତା ଦେଇ ଭାଇମାନଙ୍କୁ ହାତ ତିଆରି ରାକ୍ଷୀ ବାନ୍ଧିବାର ଲକ୍ଷ୍ୟ ନେଇ ତନ୍ମୟୀ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଘରେ ପଡିଥିବା କାଗଜ ସାଙ୍ଗକୁ ଝୋଟ ସୂତାରେ ଅଠା ଦେଇ ଅତି ସୁନ୍ଦର ଭାବେ ରାକ୍ଷୀ ତିଆରି କରୁଛନ୍ତି । ଏଥିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ବଜାରରେ ଉପଲବ୍ଧ ଥିବା ବେଳେ ତିଆରି ପାଇଁ ବହୁତ କମ ସମୟ ଲାଗୁଥିବା ତନ୍ମୟୀ କୁହନ୍ତି ।

ରାକ୍ଷୀର ପ୍ରଚାର ପ୍ରସାର ପାଇଁ ତନ୍ମୟୀଙ୍କ ସାନ ଭଉଣୀ ତୃପ୍ତି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି ଏବଂ ଲୋକଙ୍କୁ ଏହି ରାକ୍ଷୀ ବ୍ୟବହାର କରିବା ପାଇଁ କହିଛନ୍ତି । ଏହାର କୌଣସି ମୂଲ୍ୟ ଧାର୍ଯ୍ୟ କରାଯାଇ ନଥିବା ବେଳେ ଅତି କମ ପଇସାରେ ଯୋଗାଇ ଦିଆଯିବ ବୋଲି ତନ୍ମୟୀ କହିଛନ୍ତି । ଏମିତି କି ରାକ୍ଷୀ ତିଆରି ପାଇଁ ଆବଶ୍ୟକ ପଡ଼ିଲେ ସେ କୌଣସି ପାରିଶ୍ରମିକ ନେବେନାହିଁ ବୋଲି କହିଛନ୍ତି । ପ୍ରକାଶ ଥାଉକି, ତନ୍ମୟୀ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ତାରିଣୀ ପାଢ଼ୀଙ୍କ ବଡ଼ ଝିଅ । କୋରୋନା କାଳରେ ତାରିଣୀଙ୍କ ମୃତ୍ୟୁ ହେବାପରେ ବଡ଼ଝିଅ ତାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

ବର୍ତ୍ତମାନ ଅନଲାଇନ ସପିଂର ଚାହିଦା ବଢ଼ିଛି । ଯାହା ଫଳରେ ରୋଜଗାର କ୍ଷମ ହୋଇପାରୁଛନ୍ତି ଯୁବପିଢ଼ି । ତନ୍ମୟୀଙ୍କ ଏହି ପ୍ରୟାସ ତାଙ୍କୁ ସ୍ବାବଲମ୍ବୀ କରିବା ସହ ପରିବେଶ ସୁରକ୍ଷା ପ୍ରତି ଏକ ବାର୍ତ୍ତା ଦେବ ନିଶ୍ଚୟ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.