ବାଲେଶ୍ଵର: ପାଣି ଘେରରେ ତଳିଆ ଅଞ୍ଚଳ । ସହର ଅମୃତ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ବର୍ଷା ହେଲେ ସହରର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ସହରର ଗୁଡିପଦା, ଚୁନଭାଟି, ନୂଆପୁର, ମାଣିଖମ୍ବ, ଓଲନ୍ଦା ଆଦି ଅଞ୍ଚଳରେ ଲଘୁଚାପ ବର୍ଷା ଯୋଗୁଁ ପାଣି ଘେରରେ ରହିଛନ୍ତି ଲୋକ ।
ଏହିସବୁ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ସୁବ୍ୟବସ୍ଥା ନଥିବାରୁ ଲୋକମାନେ ପାଣିଘେରରେ ରହିଥିବା ଦେଖିବାକୁ ମିଳିଛି । ବିଶେଷ ଭାବେ ଗୁଡିପଦା ଅଞ୍ଚଳରେ ଲୋକମାନେ ଦୁଇଦିନ ଧରି ଜଳବନ୍ଦୀ ହୋଇ ରହିଛନ୍ତି ।
ତେବେ ଲଗାଣ ବର୍ଷା ଏବେ ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ବିରାଟ ସମସ୍ୟା ହୋଇ ଛିଡା ହୋଇଛି । ପାଣି ନକମିବା ଯାଏଁ ଲୋକମାନେ ଅତି କଷ୍ଟରେ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ