ETV Bharat / city

ବାଲେଶ୍ୱରରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ନେଇ ପ୍ରଶାସନ ପ୍ରସ୍ତୁତ

author img

By

Published : Apr 12, 2020, 11:50 AM IST

କୋରୋନା ମୁକାବିଲା ନେଇ ପ୍ରସ୍ତୁତି କରୁଛି ବାଲେଶ୍ବର । ଏନେଇ ବାଲେଶ୍ବରରେ ବୋଭିଡ ହସପିଟାଲ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

ବାଲେଶ୍ୱରରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ନେଇ ପ୍ରଶାସନ ପ୍ରସ୍ତୁତ
ବାଲେଶ୍ୱରରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ନେଇ ପ୍ରଶାସନ ପ୍ରସ୍ତୁତ

ବାଲେଶ୍ବର: କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ମହାମାରୀ ବିରୋଧରେ ପ୍ରସ୍ତୁତ ହୋଇଥିବା ଦେଖିବାକୁ ମିଳିଛି । କୋରୋନାର ବ୍ୟାପକତାକୁ ଦୃଷ୍ଟିରେ ରଖି କୁରୁଡା ସ୍ଥିତ ଜ୍ୟୋତି ହସପିଟାଲରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ହସ୍ପିଟାଲକୁ ଏପ୍ରିଲ ୧୩ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସୂଚନାନୁଯାୟୀ, ଜିଲ୍ଲାରେ ଅଧିକରୁ ଅଧିକ କୋଭିଡ ହସ୍ପିଟାଲ ଖୋଲିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ କୁରୁଡା ସ୍ଥିତ ଜ୍ୟୋତି ହସପିଟାଲରେ ଓ.ଏଚ.ପି.ସି ସହଭାଗିତାରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ପାଇଁ ପୂର୍ବରୁ ଯୋଜନା ଥିଲା । ମାତ୍ର କୋରୋନାର ବ୍ୟାପକତାକୁ ଲକ୍ଷ୍ୟ କରି ଏବେ ଏହାକୁ ୧୨୦ ଶଯ୍ୟାକୁ ବୃଦ୍ଧି କରିବା ପାଇଁ ନିଷ୍ପତି ନିଆଯାଇଛି ।

ସେହିପରି ସୋମନାଥପୁରର ନୋସି ଠାରେ ୨ ଶହ ଶଯ୍ୟା, ଓଡିଶା ଆଦର୍ଶ ବିଦ୍ୟାଳୟ-ରେମୁଣା ଠାରେ ୧ ଶହ ଶଯ୍ୟା ଓ ଫକୀରମୋହନ ମହାବିଦ୍ୟାଳୟ କମର୍ସ ବ୍ଲକର ନିୟୁ ହଷ୍ଟେଲରେ ୧ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.