ETV Bharat / city

ବୀମା କମ୍ପାନୀ ଶାଖା ବନ୍ଦ ନେଇ ବଢୁଛି ଅସନ୍ତୋଷ - ଶାଖା ବନ୍ଦ ନେଇ ବଢୁଛି ଅସନ୍ତୋଷ

ବାଲେଶ୍ବରର ସୋର ବୀମା ଶାଖା ବନ୍ଦ ନେଇ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ...

ବୀମା କମ୍ପାନୀ ଶାଖା ବନ୍ଦ ନେଇ ବଢୁଛି ଅସନ୍ତୋଷ

author img

By

Published : Aug 27, 2021, 6:23 PM IST

ବାଲେଶ୍ବର: ଜିଲ୍ଲାର ସୋରଠାରେ ଥିବା ଏକ ବୀମା କମ୍ପାନୀର ଶାଖା ବନ୍ଦ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବୀମା କମ୍ପାନୀ ବନ୍ଦ ହେବାକୁ ଯାଉଥିବାରୁ ଉପଭୋକ୍ତାମାନେ ସମସ୍ୟା ଭୋଗିବେ ବୋଲି କୁହାଯାଉଛି । ଏହାକୁ ନେଇ ଉପଭୋକ୍ତାମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବୀମା କମ୍ପାନୀ ଶାଖା ବନ୍ଦ ନେଇ ବଢୁଛି ଅସନ୍ତୋଷ
ବୀମା କମ୍ପାନୀ ଶାଖା ବନ୍ଦ ନେଇ ବଢୁଛି ଅସନ୍ତୋଷ

ସୋର ଠାରେ 2012 ମସିହାରେ ନିୟୁ ଇଣ୍ଡିଆ ବୀମା କମ୍ପାନୀର ଏକ ଶାଖା ଉଦଘାଟିତ ହୋଇଥିଲା। ଏହାଦ୍ୱାରା ସୋର ସମେତ ବାହାନଗା, ଖଇରା ଏବଂ ଔପଦା ଆଦି ବ୍ଲକର ଅଞ୍ଚଳବାସୀ ସୁବିଧା ସୁଯୋଗ ପାଇ ପାରୁଥିଲେ । ବୀମା ପାଇଁ ପୂର୍ବରୁ ବାଲେଶ୍ଵର ଦୌଡ଼ିବାକୁ ପଡୁଥିବା ବେଳେ ଏହି ଅସୁବିଧାକୁ ଦୂର କରିବା ପାଇଁ ସୋର ଠାରେ ଶାଖା ଉଦଘାଟିତ ହୋଇଥିଲା । ମାତ୍ର ଏବେ ସେଠାକାର ଶାଖାରେ କର୍ମଚାରୀ ଅଭାବର ଆଳ ଦେଖାଇ ତାହା ଆସନ୍ତା 31 ତାରିଖ ପାଖରୁ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଯାହାକୁ ସହଜରେ ଉପଭୋକ୍ତାମାନେ ଗ୍ରହଣ କରି ପାରୁନାହାନ୍ତି । ପ୍ରତିଟି ବୀମା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାଲେଶ୍ଵର ଯିବାପାଇଁ ପଡିବ ଓ ଏଥିପାଇଁ ବୀମା ଏଜେଣ୍ଟ ତଥା ବୀମା ଉପଭୋକ୍ତାମାନେ ସମସ୍ୟା ଭୋଗିବେ ବୋଲି କୁହାଯାଇଛି। ଏନେଇ ଉଚ୍ଚସ୍ତରୀୟ ପଦାଧିକାରୀମାନେ ପୁନଃବିଚାର କରିବା ପାଇଁ ଦାବି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.