ETV Bharat / city

ବାଲେଶ୍ଵରରେ ପ୍ରଥମ କରି ଆରମ୍ଭ ହେଲା 'ଡିଜିଟାଲ ଟ୍ରାଫିକ ସିଗନାଲ' ବ୍ୟବସ୍ଥା - ବାଲେଶ୍ବର ଡିଜିଟାଲ ସିଗନାଲ ଟ୍ରାଫିକ ବ୍ୟବସ୍ଥା

ବାଲେଶ୍ବର ସହରରେ ଆରମ୍ଭ ହେଲା ଡିଜିଟାଲ ଟ୍ରାଫିକ ସିଗନାଲ । ଦିନକୁ ଦିନ ସହରରେ ବୃଦ୍ଧି ପାଉଥିବି ଯାନବହାନକୁ ଦୃଷ୍ଟରେ ରଖି ଦୁର୍ଘଟଣା ରୋକିବାକୁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି । ବର୍ତ୍ତମାନ ଲୋକଙ୍କୁ ସଚେତନ ହୋଇ ନୂତନ ବ୍ୟବସ୍ଥାକୁ ଗ୍ରହଣ କରିବା ଆବଶ୍ୟକତା ରହିଛି । ଅଧିକ ପଢନ୍ତୁ...

digital traffic signal started in balasore city
ବାଲେଶ୍ଵରରେ ପ୍ରଥମ କରି ଆରମ୍ଭ ହେଲା ଡିଜିଟାଲ ସିଗନାଲ ଟ୍ରାଫିକ ବ୍ୟବସ୍ଥା
author img

By

Published : Nov 28, 2020, 8:07 PM IST

ବାଲେଶ୍ଵର: ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଗାଡି ମୋଟର ସଂଖ୍ୟା। ଟ୍ରାଫିକ ନିୟନ୍ତ୍ରଣ ସମସ୍ୟା ମଧ୍ୟ ବୃଦ୍ଧି ପାଉଥିବା ପରିଲିଖିତ ହୋଇଛି। ଲକଡାଉନ ପରେ ଏବେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ବିଶେଷ ଭାବେ ଧ୍ୟାନ ଦିଆଯାଇଛି। ସହରର ଷ୍ଟେସନ ଛକରେ ପ୍ରଥମ କରି ଆରମ୍ଭ ହୋଇଛି ଡିଜିଟାଲ ଟ୍ରାଫିକ ସିଗନାଲ ବ୍ୟବସ୍ଥା।

ବାଲେଶ୍ଵରରେ ପ୍ରଥମ କରି ଆରମ୍ଭ ହେଲା ଡିଜିଟାଲ ସିଗନାଲ ଟ୍ରାଫିକ ବ୍ୟବସ୍ଥା

ବାଲେଶ୍ବର ଏକ ଜନଗହଳି ପୂର୍ଣ୍ଣ ସହର ହୋଇଥିବାବେଳେ ଏହା ଦ୍ୱାରା ଲୋକମାନେ ସିଗନାଲ ଲାଇଟ ଦେଖି ରାସ୍ତା ଅତିକ୍ରମ କରିବେ । ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି। ପୂର୍ବରୁ ଟ୍ରାଫିକ କର୍ମଚାରୀଙ୍କ ସିଗନାଲରେ ଅଭ୍ୟସ୍ତ ହୋଇଥିବା ଲୋକମାନେ ଏବେ ଡିଜିଟାଲ ସିଗନାଲ ବ୍ୟବସ୍ଥା ଭିତରେ ନିଜକୁ ଖାଆଖୁଆଇବା ପାଇଁ ସମୟ ଲାଗୁଚି। ବାଲେଶ୍ଵରରେ ଏପରି ପ୍ରଥମ ହୋଇଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ପ୍ରୟାସ କରିବାର ଆଵଶ୍ୟକତା ରହିଛି। ଷ୍ଟେସନ ଛକରେ ଥିବା ଏହି ବ୍ୟବସ୍ଥାକୁ ଧୀରେଧୀରେ ଲୋକମାନେ ଆପଣେଇ ନେଇଥିବା ବେଳେ କିଛି ଲୋକ ଏଯାଏ ଏହାକୁ ଠିକ ଭାବେ ପାଳନ କରିବାରେ ଅସୁବିଧା ଭୋଗୁଛନ୍ତି। ବାସ୍ତବରେ ଏହି ବ୍ୟବସ୍ଥା ସମ୍ପର୍କରେ ସମସ୍ତେ ସଚେତନ ନହେଲେ ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ କରାଯାଇ ପାରେ।

ଖାଲି ଷ୍ଟେସନ ଛକ ନୁହେଁ ବରଂ ଓଟି ରୋଡ଼ର ଆଇଟିଆଇ ଛକ ଓ ପୋଲିସ ଲାଇନରେ ଏହି ସିଗନାଲ ବ୍ୟବସ୍ଥା ଖୁବ ଶୀଘ୍ର ଲାଗୁ ହେବ। ଏଥିପାଇଁ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ବ୍ୟବସ୍ଥା ଦ୍ୱାରା ଯେତିକି ମାତ୍ରାରେ ଟ୍ରାଫିକ କର୍ମଚାରୀ ନିୟୋଜିତ ହେବା କଥା ତାହା ନିଶ୍ଚିତ ଭାବେ କମିଯିବ। ଏବେ ଏହି ବ୍ୟବସ୍ଥା ସମ୍ପୂର୍ଣ ଭାବେ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଲୋକଙ୍କୁ ଅଭ୍ୟାସ ରେ ପକାଇବା ପାଇଁ ଟ୍ରାଫିକ ପୋଷ୍ଟରେ ଆବଶ୍ୟକୀୟ କର୍ମଚାରୀ ନିୟୋଜିତ ହେଉଛନ୍ତି। ତେବେ ଏହି ବ୍ୟବସ୍ଥାକୁ ବାଲେଶ୍ଵରବାସୀ ସ୍ୱାଗତ କରିଥିବା ବେଳେ ସିଗନାଲ ଲାଇଟ ଖରାପ ଓ ମରାମତି ଦିଗରେ ପ୍ରଶାସନ ଯତ୍ନବାନ ହେବାର ମଧ୍ୟ ଆଵଶ୍ୟକତା ରହିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.