ETV Bharat / city

ବିପଦରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ, ଛାତରୁ ଖସୁଛି ଅତଡ଼ା - ଡିଇଓ ଅଫିସ

ବିପଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ । କେଉଁ ମୂହୁର୍ତ୍ତରେ ବି ଘଟିପାରେ ଅଘଟଣ । ମାସେ ତଳେ ଡିଇଓ ଅଫିସର ବିଜ୍ଞାନ ପରିଦର୍ଶକ ବିଭାଗର ଛାତ ଅତଡ଼ା ଖସିବା ସହ ସିଲିଂ ଭାଙ୍ଗି ଖସି ପଡ଼ିଥିଲା । ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଅଧିକ ପଢନ୍ତୁ...

ବିପଦରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ

author img

By

Published : Oct 28, 2021, 2:03 PM IST

ବାଲେଶ୍ବର: ବିପଦରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ । କେଉଁ ମୂହୁର୍ତ୍ତରେ ବି ଘଟିପାରେ ଅଘଟଣ । ମାସେ ତଳେ ଡିଇଓ ଅଫିସର ବିଜ୍ଞାନ ପରିଦର୍ଶକ ବିଭାଗର ଛାତ ଅତଡ଼ା ଖସିବା ସହ ସିଲିଂ ଭାଙ୍ଗି ଖସି ପଡ଼ିଥିଲା । ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । କିଛି ଦିନ ତଳେ ପୁଣି ଛାତରୁ ଅତଡା ଖସିଛି । ଏମିତି ପରିସ୍ଥିତି କାର୍ଯ୍ୟରତ କର୍ମଚାରୀମାନେ ଭୟରେ ଥିବା ବେଳେ ସବୁ ସହି ନିରବ ରହୁଛନ୍ତି । ଗୃହର ଏପରି ଅବସ୍ଥା ପ୍ରତି କାହାର ନଜର ନାହିଁ ।

ବିପଦରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ

କାର୍ଯ୍ୟାଳୟ ଗୃହ ପ୍ରାୟ 70 ବର୍ଷରୁ ଅଧିକ ପୁରୁଣା ହେବ । ଏହାରି ଭିତରେ କାର୍ଯ୍ୟ କରୁଛନ୍ତି 30 କର୍ମଚାରୀ । ପ୍ରଥମେ ଆକାଉଣ୍ଟ ବିଭାଗର ସିଲିଂ ଖସିବା ଯୋଗୁଁ କର୍ମଚାରୀ ଆହତ ହୋଇଥିଲେ । ଏବେ ପୁଣି ଛାତ ଅତଡ଼ା ଖସି ପଡିଛି । ଏମିତି ପରିସ୍ଥିତି ଭିତରେ କର୍ମଚାରୀମାନେ ଭୟରେ ଥିବା ବେଳେ ସବୁ ସହି ନିରବ ରହୁଛନ୍ତି । ରୁମ୍‌ର ଗୋଟିଏ ପଟେ ଅସୁରକ୍ଷିତ ଭାବେ ଦୁଇ ଜଣ କର୍ମଚାରୀ ଏବେ ବି କାମ କରୁଛନ୍ତି । ବାକି ଦୁଇ ଜଣ ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି ।

ତେବେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ୧୦ଟି ଛୋଟ ଛୋଟ ବିଭାଗ ରହିଛି । ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ବିପଦପୂର୍ଣ୍ଣ ଭାବେ ଛିଡା ହୋଇଛି । ଅନ୍ୟପଟେ ଡିଇଓ ଅଫିସ ଏବଂ ଡିପିସି ଅଫିସ ଗୋଟିଏ ସ୍ଥାନରେ ହେବ ବୋଲି ସୂଚନା ମିଳିଥିବା ବେଳେ କେବଳ 5 ଲକ୍ଷ ଟଙ୍କାରେ ଅସ୍ଥାୟୀ ମରାମତି କରାଯିବ ବୋଲି ଜଣାପଡ଼ିଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା । ତେବେ ଘରର ଏପରି ପରିସ୍ଥିତି କେବେ ସୁଧୁରୁଛି ତାହା ଦେଖିବା ବାକି ରହିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.