ETV Bharat / city

ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କ ଲୁଟିଲେ ଦୁର୍ବୃତ୍ତ, ଗଲାବେଳେ ବାହାର ପଟୁ ପକାଇ ଦେଲେ ତାଲା - ବ୍ୟାଙ୍କ ଲୁଟିଲେ ଦୁର୍ବୃତ୍ତ

ବସ୍ତା ଥାନା ବରୁଣଗଡିଆରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖାରୁ ସଶସ୍ତ୍ର ଡକାୟତି । ପ୍ରାୟ 10 ଲକ୍ଷ ଟଙ୍କା ଲୁଟ ହୋଇଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କ ଲୁଟିଲେ ଦୁର୍ବୃତ୍ତ: ଗଲାବେଳେ ବାହାର ପଟୁ ତାଲା ପକେଇ ଦେଲେ

author img

By

Published : Jul 22, 2022, 9:57 PM IST

ବାଲେଶ୍ବର : ଦିନ ଦ୍ବିପହରରେ ବ୍ୟାଙ୍କ ଡକାୟତି । ତାପୁଣି ଫିଲ୍ମ ଷ୍ଟାଇଲରେ । ମୁଖା ପିନ୍ଧି ବାଇକରେ ଆସିଲେ 8ଜଣ ଡକାୟତ । ବ୍ୟାଙ୍କରେ ପଶି ବ୍ୟଙ୍କ କର୍ମଚାରୀ ଏବଂ ଗ୍ରାହକଙ୍କ ବେକରେ ଭୁଜାଲି ଲଗାଇ ଭୟଭୀତ କରାଇଲେ । ବ୍ୟାଙ୍କର ସିସିଟିଭି କନେକସନ୍ କାଟିଲେ । ଏହାପରେ ଟଙ୍କା ଲୁଟ କରି ଛୁ ମାରିଲେ । ଗଲାବେଳକୁ ବ୍ୟାଙ୍କ ବାହାର ପଟୁ ତଲା ପକେଇ ଦେଲେ । ଏଭଳି ଘଟଣା ସାଧାରଣତଃ ଫିଲ୍ମରେ ଦେଖିବାକୁ ମିଳିଥାଏ । ହେଲେ ଏଭଳି ଏକ ଚର୍ଚ୍ଚିତ ବ୍ୟାଙ୍କ ଡକାୟତିର ଲାଇଭ ଦେଖିଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବରୁଣଗଡିଆରେ ବ୍ୟାଙ୍କରେ ଉପସ୍ଥିତ ଥିବା ଗ୍ରାହକ ।

ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କ ଲୁଟିଲେ ଦୁର୍ବୃତ୍ତ: ଗଲାବେଳେ ବାହାର ପଟୁ ତାଲା ପକେଇ ଦେଲେ

ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବରୁଣଗଡିଆରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖାରୁ ଆଜି ସଶସ୍ତ୍ର ଡକାୟତି ହୋଇଛି । ଆଜି ସକାଳେ ବ୍ୟାଙ୍କ ଖୋଲିବା ପରେ ଧିରେ ଧିରେ ଗ୍ରାହକଙ୍କ ଭିଡ ଜମିଥିଲା । ଏହି ସମୟରେ ବାଇକରେ 8 ଜଣ ବ୍ୟକ୍ତି ମୁଖା ପିନ୍ଧା ଦୁବୃର୍ତ୍ତ ଆସି ବ୍ୟାଙ୍କରେ ଭିତରେ ପଶି ଥିଲେ । କେହି କିଛି ବୁଝିବା ଆଗରୁ ଗ୍ରାହକ ଏବଂ ବ୍ୟାଙ୍କ କର୍ମଚାରୀଙ୍କ ବେକରେ ଭୁଜାଲି ଲଗାଇ ଭୟଭୀତ କରାଇଥିଲେ । ଦେଖୁ ଦେଖୁ ବ୍ୟାଙ୍କର ସିସିଟିଭି କନେକସନ କାଟିଦେଲେ ଦୁବୃର୍ତ୍ତ । ଏହାପରେ ବ୍ୟାଙ୍କର କ୍ୟାସିୟରଙ୍କୁ ଭୁଜାଲିରେ ଆକ୍ରମଣ କରି ଲକରରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ । ଲୁଟ କରିବା ପରେ ଗ୍ରାହକ ଏବଂ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ବାହାର ପଟୁ ତାଲା ପକାଇ ଚମ୍ପଟ ମାରିଥିଲେ ।

ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ହେଲେ ସେତେବେଳକୁ ଫେରାର ହୋଇ ଯାଇଥିଲେ ଦୁବୃର୍ତ୍ତ । ପୋଲିସ ଗ୍ୟାସ କଟର ସାହାଯ୍ୟରେ ତାଲା କାଟି ଗ୍ରାହକ ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ଏହାପରେ ପୋଲିସ ଆରମ୍ଭ କରିଥିଲା ଛାନଭିନ । ଲୁଟେରା ମାନେ ବଙ୍ଗଳା ଭାଷାରେ କଥା ହେଉଥିବା ନେଇ ଗ୍ରାହକ ମାନେ ସୂଚନା ଦେଇଛନ୍ତି । ଲୁଟେରାମାନେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ କଲେ ସେନେଇ ହିସାବ କରୁଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ତେବେ ପ୍ରାୟ 10 ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ନେଇ ଅନୁମାନ କରାଯାଉଛି । ବ୍ୟଙ୍କ କର୍ମଚାରୀ ଏବଂ ଲୁଟବେଳେ ବ୍ୟାଙ୍କ ଭିତରେ ଉପସ୍ଥିତ ଥିବା ଗ୍ରାହକଙ୍କୁ ପଚରା ଉଚୁରା କରୁଛି ପୋଲିସ । ସିସିଟିଭି ଫୁଟେଜ ଓ ଦେଖେଣାହାରୀଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କ ସ୍କେଚ ତିଆରି କରାଯିବ । ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲ କରି ଯାଂଚ କରୁଛି ପୋଲିସ ।

ଇଟିଭି ଭାରତ,ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.