ETV Bharat / city

ବାଲେଶ୍ବରରେ ବଢ଼ୁଛି ଅପରାଧ, ଶାସକ ଦଳ ନେତାଙ୍କୁ ଦାୟୀ କଲା BJP

author img

By

Published : Jun 9, 2022, 5:32 PM IST

ବାଲେଶ୍ଵରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଶାସକ ବିଜୁ ଜନତା ଦଳ(BJD) ଦଳର ନେତାଙ୍କୁ ଦାୟୀ କରିଛି ବାଲେଶ୍ବର ବିଜେପି । ଅଧିକ ପଢ଼ନ୍ତୁ

ବାଲେଶ୍ବରରେ ବଢ଼ୁଛି ଅପରାଧ, ଶାସକ ଦଳ ନେତାଙ୍କୁ ଦାୟୀ କଲା ବିଜେପି

ବାଲେଶ୍ଵର: ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଶାସକ ଦଳର ନେତାଙ୍କୁ ଦାୟୀ କରିଛି ବାଲେଶ୍ବର ବିଜେପି । ବାଲେଶ୍ବର SP ଶାସକ ଦଳର ନେତାଙ୍କ ହାତ ବାରିସି ସାଜିଛନ୍ତି । ଏଥିପାଇଁ ଅପରାଧରେ ଲଗାମ ଲାଗୁନଥିବା ଅଭିଯୋଗ କରିଛି BJP । ବାଲେଶ୍ବରେ ଅପରାଧୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି ।

ଏଥିସହ ତୁରନ୍ତ ବାଲେଶ୍ଵର SP ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି କରିଛି । ଆଗାମୀ ଏକ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ବିଜେପି କର୍ମୀ, SP ଅଫିସ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛି ଦଳ । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ନେତା ବିଜୟୀ ହେବାପରେ ବାଲେଶ୍ଵରରେ ଆଇନ ଶୃଙ୍ଖଳା ମାତ୍ରାଧିକ ଭାବେ ପ୍ରଭାବିତ ହୋଇଛି । ବିଜେଡି ନେତା ଜିଲ୍ଲା ପୋଲିସ ଉପରେ ଚାପ ପକାଇ ଅପରାଧୀମାନଙ୍କୁ ଖସାଇ ଦେଉ ଥିବା ଅଭିଯୋଗ କରିଛି ବିଜେପି ।

ଏଥିପାଇଁ ବିଜେଡିର କିଛି ବିଧାୟକଙ୍କୁ ପରୋକ୍ଷରେ ଟାର୍ଗେଟ କରିଛି ଦଳ । ବୁଧବାର ଆଇଜି କରିଥିବା ସାମ୍ବାଦିକ ସମ୍ମିଳନୀରେ SP ବୟାନରୁ ସେ ଚାପରେ ଥିବା ଜଣାପଡୁଛି ବୋଲି ବିଜେପି କହିଛି । ଏଥିପାଇଁ SPଙ୍କୁ ତୁରନ୍ତ ବଦଳି କରାଯାଇ ଜଣେ ଦକ୍ଷ ଅଫିସରଙ୍କୁ ବାଲେଶ୍ଵରରେ ନିଯୁକ୍ତ କରିବା ପାଇଁ ଦାବି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.