ETV Bharat / city

ମୁକ୍ତା ଯୋଜନାରେ ଅର୍ଥ ମଞ୍ଜୁର, ବାଲେଶ୍ଵରର ହେବ ବିକାଶ

author img

By

Published : Nov 18, 2021, 10:38 PM IST

ବାଲେଶ୍ଵର ପୌରାଞ୍ଚଳର ବିକାଶ ପାଇଁ ମୁକ୍ତା ଯୋଜନାରେ ଅର୍ଥ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ପାଇଁ ୧୩କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ଅଧିକ ପଢ଼ନ୍ତୁ

ମୁକ୍ତା ଯୋଜନାରେ ଅର୍ଥ ମଞ୍ଜୁର, ବାଲେଶ୍ଵରର ହେବ ବିକାଶ
ମୁକ୍ତା ଯୋଜନାରେ ଅର୍ଥ ମଞ୍ଜୁର, ବାଲେଶ୍ଵରର ହେବ ବିକାଶ

ବାଲେଶ୍ଵର: ପୌରାଞ୍ଚଳର ବିକାଶ ପାଇଁ ମୁକ୍ତା ଯୋଜନାରେ ଅର୍ଥ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।

ମୁକ୍ତା ଯୋଜନାରେ ବାଲେଶ୍ଵର ସହରାଞ୍ଚଳରେ ୧୯୧ଟି ପ୍ରକଳ୍ପ ପାଇଁ ୧୩କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବାଲେଶ୍ଵର ପୌରପାଳିକା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଧନ୍ୟବାଦ ପ୍ରଦାନ କରାଯାଇଛି । ଏହି ଯୋଜନାରେ ସହରାଞ୍ଚଳରେ ଜିମ୍‌, ଛୋଟଛୋଟ ପାର୍କ, ଡ୍ରେନେଜ୍‌ ବ୍ୟବସ୍ଥା, ଶିଶୁ କ୍ରୀଡ଼ା ଉଦ୍ୟାନ, ଶୌଚାଳୟ ଆଦି ତିଆରି ହେବ ନେଇ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵର ସଦର ବିଧାୟକ ସ୍ୱରୂପ କୁମାର ଦାସଙ୍କ ସମେତ ପୌରାଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଆଜି ଭର୍ଚ୍ଚୁଆଲରେ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପ୍ରକଳ୍ପ ପାଇଁ ୧୩କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ଯାହା ଫଳରେ ସହରାଞ୍ଚଳର ଲୋକଙ୍କୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇପାରିବ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.