ETV Bharat / city

ବାଲେଶ୍ବରରେ ବସ୍ତ୍ର ବଣ୍ଟନ ଅଭିଯାନ ଆରମ୍ଭ

ବାତ୍ୟା ପ୍ରଭାବିତ ଓ ଅସହାୟଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲା ସାମାଜିକ ଅନୁଷ୍ଠାନ । ଅଧିକ ପଢନ୍ତୁ...

ବାତ୍ୟା ପ୍ରପୀଡ଼ିତ ଓ ଅସହାୟଙ୍କ ପାଇଁ ବସ୍ତ୍ର ବଣ୍ଟନ ଅଭିଯାନ

author img

By

Published : Jun 4, 2021, 4:30 PM IST

ବାଲେଶ୍ଵର: ମହାମାରୀ କୋରୋନା ଓ ବାତ୍ୟା ୟସ ପ୍ରଭାବରେ ଅନେକ ଗରିବ ଓ ଅସହାୟ ଦୁଃଖରେ ଦିନ କାଟୁଛନ୍ତି । ପିନ୍ଧିବା ପାଇଁ ଖଣ୍ଡିଏ ଲୁଗା ମଧ୍ୟ ସେମାନଙ୍କ ପାଇଁ ଉଣା ହୋଇଛି ।

ବାତ୍ୟା ପ୍ରପୀଡ଼ିତ ଓ ଅସହାୟଙ୍କ ପାଇଁ ବସ୍ତ୍ର ବଣ୍ଟନ ଅଭିଯାନ

ଏହାକୁ ଆଖିରେ ରଖି ବାଲେଶ୍ଵରର ନୂତନ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ୍ ସୋସାଇଟି ପକ୍ଷରୁ ଆରମ୍ଭ ହୋଇଛି ବସ୍ତ୍ର ଅଭିଯାନ । ସୋସାଇଟିର ସଦସ୍ୟମାନେ ପୁରୁଣା ବସ୍ତ୍ର ସଂଗ୍ରହ କରି ଭଲଭାବେ ସଫା କରି ଅସହାୟଙ୍କୁ ଯୋଗାଇ ଦେଉଛନ୍ତି ।

ଏଥିପାଇଁ ସଦସ୍ୟମାନେ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି । ଯେଉଁମାନଙ୍କ ବସ୍ତ୍ର ଅଛି ସେମାନେ ଦାନ କରିବାକୁ ମଧ୍ୟ ଆହ୍ବାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସୋସାଇଟିର ସଭାପତି ହ୍ରିତିକ ନାୟକ ଓ ଉପସଭାପତି ସେଖ୍ ନାଜିମଙ୍କ ଆହ୍ବାନରେ ସଦସ୍ୟମାନେ ଷ୍ଟେସନ ଛକରେ ବସୁଥିବା ଗରିବ ଓ ଅସହାୟଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରିଥିଲେ। ସେହିପରି ବାତ୍ୟା ଯୋଗୁଁ ଦୁଃଖରେ ଥିବା ପରିବାରଙ୍କ ନିକଟରେ ଏମିତି ବସ୍ତ୍ରଦାନ କରାଯିବା ନେଇ ସୂଚନା ମିଳିଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.